ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୈନିକ ହେବା ସ୍ୱପ୍ନକୁ ସାକାର କରୁଛି ‘ଆର୍ମି ବାରାକ୍’

ବାରଙ୍ଗ : ଚାକିରିରୁ ଅବସର ନେବା ପରେ ମାଗଣାରେ ଆର୍ମି ଟ୍ରେନିଂ ଦେଉଛନ୍ତି ଅମିୟ ରଞ୍ଜନ ପରିଡ଼ା। ଘର ଯାଜପୁର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ମଞ୍ଚେଶ୍ୱରରେ ରହୁଛନ୍ତି। କୁଆଖାଇ ନଦୀ ନିକଟରେ ଥିବା ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଏକାଧିକ ପିଲାଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ। ଜୀବନରେ ଯବାନ ହେବାକୁ ଇଚ୍ଛା କରୁଥିବା ଯୁବକମାନେ ସେନାରେ ଯିବେ ସୀମାରେ ଶତ୍ରୁ ସହ ଲଢିବେ, ଦେଶ ପାଇଁ ଯୁଦ୍ଧ କରି ମାଟି ମା’କୁ ସୁରକ୍ଷା ଦେବେ; ଅମିୟ ଏଭଳି ଜଣେ ସୈନିକ ହେବାର ସ୍ୱପ୍ନ ନେଇ ୨୦୦୪ ଅପ୍ରିଲ ମାସ ୧୦ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ। ପ୍ରଥମେ ଜାମୁର କଠୁଆ, କାଲୁଚକ, ପରେ ଆସାମ ଅରୁଣାଚଳ, ପୁଣି ଜାମୁର କୁପୱାଡା, ଡେରାଡୁନ, ପରେ ପରେ ପାକିସ୍ଥାନ ଓ ଚୀନ ସୀମାରେ ଭାରତୀୟ ସେନାରେ ଚାକିରି କରିବା ପରେ ୨୦୨୧ ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଥିଲେ।

ଯେତେବେଳେ ତାଙ୍କ ଚାକିରି ସମୟରେ ଫିଜିକାଲ ଟେଷ୍ଟରେ ଅନେକ ପିଲା ବିଫଳ ହେଉଥିଲେ, ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଆଉ ତା’ପରେ ନିଜ ଅବସର ନେଲାପରେ ସୈନିକ ହେବାର ଇଛା କରିଥିବା ପିଲାଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଭାବି ନେଇଥିଲେ। ଆରମ୍ଭ ହେଲା ସାଧନା। ପରେ ସୈନିକ ହେବାର ଇଛା କରିଥିବା ଯୁବକଙ୍କ ପାଇଁ ଏହି ଖେଳପଡ଼ିଆରେ ଖୋଲିଛନ୍ତି ଆର୍ମି ବାରାକ। ସେନା ପ୍ରଶିକ୍ଷଣ ପାଇଁ କ୍ଲବ ପକ୍ଷରୁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡୁନି। ପିଲାଙ୍କୁ ମାଗଣାରେ ଆର୍ମିରେ ଯୋଗଦେବା ନିମିତ୍ତ ଅଭ୍ୟାସ ପ୍ରଶିକ୍ଷଣ ଦେଉଛନ୍ତି ଅମୀୟ। ଯୁବପିଢିଙ୍କ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡ଼ିଛନ୍ତି। ଏହି ଅଞ୍ଚଳର ଅନୁକୋଣରୁ ଆସିଛନ୍ତି ଅନେକ ଯୁବବର୍ଗ। ଭାରତୀୟ ସେନାରେ ଯୋଗ ଦେବାକୁ ଏହି ବିଜୁ ପଟ୍ଟନାୟକ ଗଣ୍ଡରପୁର ଖେଳପଡ଼ିଆରେ ପ୍ରଶିକ୍ଷଣ ନେଇ ଭାରତୀୟ ସେନାରେ ଯୋଗ ଦେବାକୁ ସଭିଏଁ ସ୍ୱପ୍ନ ଦେଖିଛନ୍ତି।

ସେଥିପାଇଁ ସକାଳ ହେଲା ମାତ୍ରେ ଏହି ଟ୍ରେନିଂ ନେବା ପାଇଁ ଜମି ଯାଉଛି ଭିଡ। ଏହି ଖେଳ ପଡ଼ିଆରେ ପ୍ରଶିକ୍ଷଣ ମିଳୁଛି ତାହା ପୁଣି ବିନା ପଇସାରେ। ଯୁବ ବର୍ଗଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ଯୁବକଙ୍କୁ ଭାରତୀୟ ସେନାବାହିନୀ ଓ ପୁଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଦେଉଛନ୍ତି ପ୍ରଶିକ୍ଷଣ। ବିନା ମୂଲ୍ୟରେ ଭୁବନେଶ୍ୱର, ବାରଙ୍ଗ ଓ ତାର ଆଖପାଖ ଅଞ୍ଚଳର ଯୁବକଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଦୌଡ଼ ଆଦିର ପ୍ରଶିକ୍ଷଣ ପ୍ରଦାନ କରିଆସୁଛନ୍ତି। ସାମ୍ପ୍ରତିକ ସମାଜରେ ପ୍ରୋତ୍ସାହନ ଅଭାବରୁ ଆଜିର ଯୁବକ ମାନେ ନିଜ ପରିବାର ଓ ସମାଜ ପାଇଁ ସମସ୍ୟା ହୋଇ ଉଭା ହୋଇଛନ୍ତି। ଏଭଳି ସମୟରେ ନିଜ କଥା ଚିନ୍ତା ନକରି ସମସ୍ତଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଏହି ଯୁବକଙ୍କ ନିଃସ୍ୱାର୍ଥପର ତ୍ୟାଗକୁ ଶତଶତ ସଲାମ୍‌।

Leave A Reply

Your email address will not be published.