ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେକ୍ସିକୋର ଏକ ଜେଲରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼; ୧୪ ମୃତ, ୨୪ କଏଦୀ ଫେରାର

ମେକ୍ସିକୋ: ଉତ୍ତର ମେକ୍ସିକୋର ସ୍ୟୁଦାଦ ଜୁୟାରେଜ ସହରରେ ଥିବା ଏକ ଜେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି କିଛି ସଶସ୍ତ୍ର ଆତତାୟୀ । ଗୁଳିମାଡ଼ରେ ୧୪ଜଣ ମୃତ୍ୟୁ ହୋଇଥିବାବେଳେ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ କାରରେ ଗାଡ଼ି ଆସି ଜେଲ ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୧୦ ସୁରକ୍ଷାକର୍ମୀ ଓ ୪ କଏଦୀଙ୍କ ସମେତ ମୋଟ୍ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଫାଇଦା ଉଠାଇ ୨୪ଜଣ କଏଦୀ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କର ଏଯାଏଁ ପରିଚୟ ମିଳିପାରନାହିଁ । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ ବୋଲି ଜଣାପଡିଛି । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି । ସେନେଇ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.