ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁକୁ ଉଠାଇ ନେଲା ପୁଲିସ୍

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଉଠାଇ ନେଇଛି ପୁଲିସ। ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁକୁ ତାଙ୍କ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀ ଜଗବନ୍ଧୁକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି। ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ ତନାଘନା ଚଳାଇଛି ।  ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୁଲିସ ପଚରା ଉଚରା ପରେ ଛାଡି ଦେଇଥିଲେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବରା  ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ ଖାରଜ ହେଇଯାଇଥିଲା। ଜାମିନ୍‌ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର SDJM କୋର୍ଟ ।

Leave A Reply

Your email address will not be published.