ଜେଲରେ ୧୫ମିନିଟ୍ ପାଇଁ ପରସ୍ପରକୁ ଭେଟିବେ ଅର୍ଚ୍ଚନା-ଜଗବନ୍ଧୁ

ଭୁବନେଶ୍ଵର : ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲାରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଜେଲ୍ ଭିତରେ ଭେଟାଭେଟି ହେବେ ପତି-ପତ୍ନୀ। ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଉଭୟ ଦେଖା ହୋଇପାରିବେ। କେବଳ ରବିବାର ଦିନ ହିଁ ଦେଖା ସାକ୍ଷାତ ହୋଇପାରିବ। ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି। ଏହି ନିୟମ ଅନୁସାରେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଦେଖାହେବେ। ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଭେଟଘାଟ ହେବ ବୋଲି ସୂଚନା ମିଳିଛି।

Leave a comment