ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଚୌଦ୍ବାର ଏଆରସିରେ ଅଗ୍ନିକାଣ୍ଡ

ଚୌଦ୍ବାର: ପୁଣି କଟକ ଚୌଦ୍ବାର ଏଆରସିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଛି । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

ସୂଚନା ଅନୁଯାୟୀ,  ଗତ ୨୭ ତାରିଖରେ ଏଆରସି କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ଏଆରସିର ଦମକଳ ସହିତ ୧୦ରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି । ଚଣ୍ଡିଖୋଲରୁ ମଧ୍ୟ ଅଗ୍ନିଶମ ବାହିନୀ ଆସି ପହଞ୍ଚିଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ ଏଯାବତ୍ ଆୟତ୍ତ ହୋଇପାରି ନ ଥିବା ସୂଚନା।

Leave A Reply

Your email address will not be published.