ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିମଣ୍ଡଳୀଙ୍କ ଜାମଦାପାଳ ଗସ୍ତ: ମହିଳା ସଶକ୍ତିକରଣ କାର୍ଯ୍ଯକ୍ରମକୁ ପ୍ରଶଂସା

ମହିଳାଙ୍କ ସହିତ କଲେ ଆଲୋଚନା ବୁଲିଲେ ଅଙ୍ଗନବାଡିକେନ୍ଦ୍ର

ବାରିପଦା: ବାରିପଦା ସଦର ବ୍ଲକ ହାତୀକୋଟ ପଞ୍ଚାୟତର ଜାମଦାପାଳ କମ୍ୟୁନିଟି ହଲ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହିତ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଏବଂ ସଦସ୍ୟାମାନଙ୍କ ସହିତ ଆଲୋଚନା କଲେ ସଂଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିଦଳ। ସ୍ବେଛାସେବୀ ଅନୁଷ୍ଠାନ ‘ଭାର୍ଡ’ ପକ୍ଷରୁ ଜାମଦାପାଳ ଗ୍ରାମର ଜଗାବଳିଆ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସେମାନଙ୍କର ଦକ୍ଷତା ବିକାଶ କରାଇ ସ୍ୱାବଲମ୍ବୀ କରିବାକୁ ବହୁମୁଖୀ ଯୋଜନାର ଶୁଭାରମ୍ଭ କରାଯାଇଥିଲା।  ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ନେଇ ଗଠିତ ଜଗାବଳିଆ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ପାର୍ବତୀ ମହାନ୍ତ, ସମ୍ପାଦିକା ସାବିତ୍ରୀ ଦଣ୍ଡପାଟ, କମ୍ୟୁନିଟି ରିସର୍ସ ପର୍ସନ ପୁଷ୍ପଲତା ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟା ଏବଂ ଅନ୍ୟାନ୍ୟ ମହିଳାମାନଙ୍କର ଆବଶ୍ୟକ ତାଲିମ୍ ପ୍ରଦାନ ପୂର୍ବକ ଦକ୍ଷତା ବିକାଶ କରାଯାଇ ସ୍ୱାବଲମ୍ବୀ କରାଯାଇଥିଲା।

ସେବେଠାରୁ ଜଗାବଳିଆ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଏବଂ ମହିଳାମାନେ ଆଧାରଶିଳା, ଗୋଷ୍ଠୀ ପରିଚାଳକ, ଉନ୍ନତ ପଶୁପାଳକ, କିଚେନ ଗାର୍ଡେନ ବା ପାକଶାଳା ବିଗିଚା, ଲିଙ୍ଗଗତ ସମାନତା, ଆମ ଗାଁ ଆମ ସ୍ବପ୍ନ ଭଳି ବହୁ ଗଠନମୂଳକ ପଦକ୍ଷେପ ଉପରେ ସକ୍ରିୟ ଭାବେ କାମ କରୁଛନ୍ତି। ୨୦୦୧-୦୨ ମସିହାରୁ ଗଠିତ ଜଗାବଳିଆ ସ୍ୱୟଂ ସହାୟିକା ଗୋଷ୍ଠୀ ବିଗତ ୭ବର୍ଷ ଧରି ସ୍ବେଛାସେବୀ ଅନୁଷ୍ଠାନ ‘ଭାର୍ଡ’ର ମାର୍ଗଦର୍ଶନରେ ଉପରୋକ୍ତ ୬ଗୋଟି ବିଭାଗରେ ସକ୍ରିୟ ଭାବେ କାର୍ଯ୍ଯକରି ସ୍ୱାବଲମ୍ବୀ ହୋଇପାରିଛି ।

ଏହି ପରିପ୍ରେକ୍ଷୀରେ କିଭଳି ମହିଳାମାନେ ତୃଣମୂଳ ସ୍ତରରେ କାର୍ଯ୍ଯକରୁଛନ୍ତି ସେନେଇ ଜାମଦାପାଳ ଗାଁ ଗସ୍ତକରି ସ୍ଥିତି ପରଖିବା ସହିତ ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି ସଂଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧିଦଳ। ଆମେରିକାରୁ କ୍ରିଷ୍ଟିନା ମୋରି, କିମ୍ ଏବଂ ଷ୍ଟିଫେ ଆସିଥିବା ବେଳେ ଦିଲ୍ଲୀ ମୁଖ୍ୟାଳୟରୁ ପ୍ରାଣଜିତ ଏବଂ ମଞ୍ଜୁଷା ଆସିଥିଲେ। ସେହିଭଳି ଭୁବନେଶ୍ୱରସ୍ଥିତ କାର୍ଯ୍ଯାଳୟରୁ ପ୍ରଭାହରନ ରାଜରଥୀନାମ ଏବଂ ଗୁରୁପ୍ରସାଦ ନାହାକ ଉପସ୍ଥିତ ଥିଲେ। ସ୍ବେଛାସେବୀ ଅନୁଷ୍ଠାନ ‘ଭାର୍ଡ’ର ଏକଜିକ୍ୟୁଟିଭ ଡାଇରେକ୍ଟର ସୁବୋଧ କୁମାର ମିଶ୍ର ଏବଂ ପ୍ରୋଫାର୍ମ କୋର୍ଡିନେଟର ଜିତେନ କୁମାର ମହାନ୍ତ ପ୍ରମୁଖ ସଂଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ ସହିତ କାର୍ଯ୍ଯାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ଯାମଦାପାଳ କମ୍ୟୁନିଟି ହଲ ଏବଂ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରାଇଥିଲେ।

ଏହି ଅବସରରେ ଆମେରିକାର ପ୍ରତିନିଧିମଣ୍ଡଳୀକୁ ମହିଳାମାନେ ପାରମ୍ପରିକ ରୀତିନୀତିରେ କରିଥିବା ସ୍ୱାଗତ ସମ୍ବର୍ଦ୍ଧନା ସେମାନଙ୍କୁ ଅଭିଭୂତ କରିଦେଇଥିଲ। ତେବେ ନାବାର୍ଡ ପକ୍ଷରୁ ମଧ୍ୟ ଜଗାବଳିଆ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଜୈବିକ କୀଟନାଶକ ଅଜାଲା ଚାଷ ପାଇଁ ମଧ୍ୟ ପ୍ରେରଣା ଯୋଗାଇ ଦିଆଯାଇଛି। ଏହି ଅଜାଲା ଚାଷ ଦ୍ୱାରା ପଶୁପାଳନରେ ମହିଳାମାନଙ୍କୁ ବେଶ ସହାୟକ ହେଉଥିବାର ଦେଖିବାକୁ ମିଳିଛି। ପ୍ରତିନିଧିମଣ୍ଡଳୀ ମହିଳାମାନଙ୍କ ସହିତ ବେଶ କିଛି ସମୟ ଆଲୋଚନା କରିଥିଲେ।

Leave A Reply

Your email address will not be published.