ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଜି ନାମ ଲେଖା ପାଇଁ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ଆବେଦନ ଫି’ ପୈଠ କରିଛନ୍ତି। ତେବେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍‍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧୩ ତାରିଖରେ ସରିବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

Leave A Reply

Your email address will not be published.