ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାମାରୀ ସମୟରେ ଛାତ୍ର ବିଜେଡିର ମହାନତା: କର୍ମଚାରୀ ଅଭାବରୁ ପଡ଼ିରହିଥିବା କରୋନା ସଂକ୍ରମିତଙ୍କ ଶବକୁ ବୋହିଲେ ଛାତ୍ର ବିଜେଡି କର୍ମକର୍ତ୍ତା

ଅନୁଗୁଳ: ଜୀବନ ନେବାରେ ଲାଗିଛି ମହାମାରୀ। ଅକାଳରେ ଝଡ଼ିପଡୁଛି ବହୁ ମୂଲ୍ୟବାନ ଜୀବନ। ଅନେକ ପରିବାରକୁ ଛାରଖାର କରିଦେଉଛି ଅଦୃଶ୍ୟ ଭୂତାଣୁ। ଏପରି କି ଶବକୁ ଶେଷ ସମ୍ମାନ ଟିକେ ବି ମିଳୁନି । ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ିଲାଣି । କରୋନା କବଳିତ ଶବକୁ ପରିବାର ଲୋକ ମଧ୍ୟ ଛୁଉଁନାହାଁନ୍ତି  ଏଭଳି ପରିସ୍ଥିତିରେ ଆଗକୁ ବାହାରିଛି ଛାତ୍ର ବିଜେଡି । ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରେଇବା ସହ ସଂକ୍ରମିତଙ୍କ ଶବ ମଧ୍ୟ ବୋହୁଛନ୍ତି ଛାତ୍ର ବିଜେଡି କର୍ମକର୍ତ୍ତା ।

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଆଦର୍ଶ କୋଭିଡ କେୟାରରେ ବୁଧବାର ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ସଂକ୍ରମିତଙ୍କ ଶବକୁ ସତ୍କାର ନିମନ୍ତେ ନେବାକୁ ଆମ୍ବୁଲାନସ ମଧ୍ୟ ପହଞ୍ଚିଥିଲା । ହେଲେ ଶବକୁ ନେଇ ଆମ୍ବୁଲାନ୍ସରେ ରଖିବାକୁ କର୍ମଚାରୀ ନଥିଲେ । ଚାଳକଙ୍କ ପାଖରେ ଅନ୍ୟ କେହି ନଥିବା କିମ୍ବା କୌଣସି ସହଯୋଗ ନ ମିଳିବାରୁ ଆମ୍ବୁଲାନସ ଫେରି ଯାଇଥିଲା । ଯାହା ଫଳରେ ଶବ ଦୀର୍ଘ ସମୟ ଧରି ପଡ଼ିରହିଲା। ଏହି ଖବର ପହଞ୍ଚି ଯାଇଥିଲା ତାଳଚେର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ପାଖରେ । ସଙ୍ଗେ ସଙ୍ଗେ ତୟାର ହୋଇ ଯାଇଥିଲେ ଯୁବଗୋଷ୍ଠୀ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧନଙ୍କ ତତ୍ବାବଧାନରେ ରାଜେଶ ଦାସ , ଅମିତ ସାହୁ ଓ ଜୟକୃଷ୍ଣ ସାହୁ ଆଉ ପିପିଇ କିଟ ପିନ୍ଧି ବାହାରି ପଡିଥିଲେ।

Leave A Reply

Your email address will not be published.