ସୋର ଉପ କାରାଗାରରୁ ପୁଣି ଜଣେ ବିଚାରାଧୀନ କଏଦୀ ଫେରାର

ସୋର : ସୋର ଉପ କାରଗାରରୁ ପୁଣି ଜଣେ ବିଚାରଧୀନ କଏଦୀ ଗତକାଲି ସନ୍ଧ୍ୟାରେ ଜେଲରୁ ଫେରାର ହୋଇଯାଇଥିବା ନେଇ ଆଜି ସକାଳେ ସୋର ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିଦେଇପୁର ଗ୍ରାମର ସତ୍ୟଜିତ ମଳିକ (୨୦)ବୋଲି ଜଣାପଡିଛି । ସତ୍ୟଜିତ ଏକ ଚୋରି କେଶରେ ଭଦ୍ରକ ଜେଲରେ ବିଚାରାଧିନ କଏଦୀ ଭାବେ ରହୁଥିବା ବେଳେ ଗତ ୧୮ ତାରିଖରେ ଭଦ୍ରକ ଜେଲରୁ ସୋର ଉପକାରଗାରକୁ ଆସିଥିଲେ। ଗତକାଲି ସନ୍ଧ୍ୟା ସମୟରେ କଏଦୀଙ୍କୁ ଖାଦ୍ୟ ଦିଆଯାଉଥିବା ସମୟରେ ସେ ପାଚେରୀ ଡେଇଁ କେଉଁ ଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସନ୍ଦ୍ୟାରେ କଏଦୀ ମାନଙ୍କ ଉପସ୍ଥାନ ନିଆଯିବା ସମୟରେ କର୍ମଚାରୀମାନେ ଜାଣିପାରି ଜେଲ ଅଧିକ୍ଷକଙ୍କୁ ଜଣାଇଥିଲେ। ଜେଲ କର୍ମଚାରୀ ମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ସୋର ଉପକାରାଗାର ଅଧିକ୍ଷକ ଆଜି ସକାଳେ ସୋର ଥାନାରେ କଏଦୀ ଜଣଙ୍କ ଫେରାର ହୋଇଯାଇଥିବା ନେଇ ଏକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ମୂଳେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ସୋର ଉପକାରାଗାରରୁ ବାରମ୍ବାର କଏଦୀ ଫେରାର ଘଟଣା ଜେଲରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରିଛି।

Leave a comment