ସୁବର୍ଣ୍ଣପୁର ଜାତୀୟ ସ୍ୱାସ୍ଥ୍ୟ ମିଶନ ଜମାଖାତାରୁ ୫କୋଟି ଟଙ୍କା ଠକେଇ ମାମଲା, ଆଉ ଦୁଇଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଳା ଜାତୀୟ ସ୍ୱାସ୍ଥ ମିଶନ(ଏନ୍ଏଚ୍ଏମ୍) ବ୍ୟାଙ୍କ ଜମାଖାତାରୁୁ ୫ କୋଟି ୧ଲକ୍ଷ ୫୦ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ଚରଣ ପ୍ରଧାନ।

ଇଓଡବ୍ଳ୍ୟୁର ଅଧିକାରୀଙ୍କ କହିବା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଘରୋଇ ବ୍ୟାଙ୍କ ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍)ର ସରକାରୀ ଆକାଉଣ୍ଟ ରହିିଛି। କେନ୍ଦ୍ରରୁ ଏହି ସ୍କିମରେ ଆସୁଥିବା ଟଙ୍କା ଉକ୍ତ ଆକାଉଣ୍ଟରେ ରହିଥାଏ। ଏମଡିଏମ ଙ୍କ ଦସ୍ତଖତରେ ଉକ୍ତ ଟଙ୍କା ଆକାଉଣ୍ଟରୁ ଉଠାଯାଇ ସରକାରୀ କାର୍ଯ୍ୟରେ ଲଗାଯାଉଥିଲା। ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅଭିଯୁକ୍ତ ରାଜକିଶୋର ୨୦୧୬ ମସିିହା ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଠିକା କର୍ମଚାରୀ(ଆକାଉଣ୍ଟାଣ୍ଡ୍) ଭାବେ କାର୍ଯ୍ୟ କରୁଥିଲା। ସେ ୨୦୨୦ ଡିସେମ୍ବର ୨୪ ତାରିଖରେ ଚାକିରି ଛାଡି ଓଲଟପୁରରେ ଥିିବା ଏକ ଟ୍ରେନିଂ ରିସର୍ଚ୍ଚ ସଂସ୍ଥାରେ ଚାକିରି କରିଥିଲେ। କିନ୍ତୁ ମାର୍ଚ୍ଚ ମାସରେ ସରକାରୀ ଆକାଉଣ୍ଟରୁ ୫କୋଟି ଏକ ଲକ୍ଷ ଟଙ୍କା ଗାଏବ ହୋଇଥିବା କଥା ପଦାକୁ ଆସିଥିଲା। ଏନେଇ ସିଡିଏମ୍ଓଙ୍କୁ ଜଣାଇବା ପରେ ସେ ଅଭିଯୋଗ କରିଥିଲେ। ବ୍ୟାଙ୍କର ଟ୍ରାଞ୍ଜାକସନ୍ ବିଷୟରେ ଇଓଡବ୍ଳ୍ୟୁରେ ଅଧିକ ଖୋଳତାଡ ଆରମ୍ଭ କରିଥଲା। ଦୁଇ ଅଭିଯୁକ୍ତ ରାଜକିଶୋର ଓ ଅନନ୍ତ ଏନ୍ଏଚ୍ଏମ୍ ର କମ୍ପ୍ୟୁଟରକୁ ହ୍ୟାକ୍ କରି ଏଡିଏମ୍ଓ ଏବଂ ସିଡିଏମ୍ଓଙ୍କ ଜାଲ ଦସ୍ତଖତ କରି ସରକାରୀ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ହାଜର ଟଙ୍କା ଏମ୍/ଏସ୍ ନ୍ୟାଚ୍ୟୁରାଲ ନାମକ ସଂସ୍ଥାର ଆକାଉଣ୍ଟକୁ ଏପ୍ରିଲ ୭ତାରିଖରେ ପଠାଇ ଦିଆଯାଇଥିଲା। ଇଓଡବ୍ଳ୍ୟୁର ତଦନ୍ତ ବେଳେ ଜାଲିଆତି ଚେକ୍ ପ୍ରସ୍ତୁତ କରୁଥିବା ମୋବାଇଲ ଫୋନ୍କୁ ଜବତ କରାଯାଇଛି। ଏଥିସହିତ ସରକାରୀ ଆକାଉଣ୍ଟରୁ ୫ କୋଟି ଟଙ୍କା ନେଇଯାଇଥିଲେ। ତେବେ ଏସ୍ ନ୍ୟାଚ୍ୟୁରାଲ ନାମକ ସଂସ୍ଥାର ଆକାଉଣ୍ଟକୁ ୩କୋଟି ୩୦ ଲକ୍ଷ ଟଙ୍କା ଜବତ କରାଯିବା ସହ ତଦନ୍ତ କରୁଛି ଇଓଡବ୍ଳ୍ୟୁ। ସେହିପରି ଏସ୍ ନ୍ୟାଚ୍ୟୁରାଲ ନାମକ ସଂସ୍ଥାର କର୍ମଚାରୀ ସମୀର କୁମାର ପତୀକୁ ମେ’ ୫ତାରିଖରେ ଇଓଡବ୍ଳ୍ୟୁ ଗିରଫ କରି କୋର୍ଟଚାଲାଣ କରିଥିଲା।

Leave a comment