ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଏସଡବ୍ଲ୍ୟୁର ଆଉ ଏକ ସଫଳତା, ଜାହାଜରେ ଲୁହାପଥର ଲୋଡିଂରେ ରେକର୍ଡ

ଜଗତସିଂହପୁର : ଜେଏସଡବ୍ଲ୍ୟୁ ପାରାଦ୍ୱୀପ ଟର୍ମିନାଲ ପ୍ରାଇଭେଟ ଲିମିଟେଡ (ଜେଏସଡବ୍ଲ୍ୟୁ ପିଟିପିଏଲ)’ଏମଭି ଷ୍ଟାର ଲିରା’କେପ୍ ଭେସେଲରେ ସର୍ବାଧିକ ୧,୪୧,୨୦୦ଟନ୍ ଲୁହାପଥର ଲୋଡ କରିଛି। ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ ଦ୍ୱାରା ଏହି କାର୍ଗୋକୁ ପଠାଯାଇଥିଲା। ପାରାଦ୍ୱୀପ ଟର୍ମିନାଲ ସ୍ଥାପନ ହେବା ପରଠାରୁ ଗୋଟିଏ ଜାହାଜରେ ଏତେ ମାତ୍ରାରେ ଲୁହାପଥର ଲୋଡ୍ କରାଯିବାରେ ଏହା ଏକ ରେକର୍ଡ।

ଲୁହାପଥର ଏବଂ ପ୍ୟାଲେଟ୍ର ପରିବହନ ନିମନ୍ତେ ବନ୍ଦର ବ୍ୟବହାରକାରୀଙ୍କ ଲଜିଷ୍ଟିକ ବା ବ୍ୟବସ୍ଥାଗତ ଖର୍ଚ୍ଚ କମ କରିବାପାଇଁ ଜେଏସଡବ୍ଲ୍ୟୁ ଇନ୍ଫ୍ରାଷ୍ଟ୍ରକଚର ଏବଂ ଜେଏସଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସେମାନଙ୍କୁ ସୁଯୋଗ ପ୍ରଦାନ କରିଛି। ଜେଏସଡବ୍ଲ୍ୟୁ ପାରାଦ୍ୱୀପ ଇଷ୍ଟ କ୍ୱେକୋଲ ଟର୍ମିନାଲ ମେ ୧୫ତାରିଖରେ ପାରାଦ୍ୱୀପ ବନ୍ଦରରେ ପୂର୍ଣ୍ଣ ମେସିନକୃତ ୩୦ ଏମ୍ ଟିପିଏ (ବାର୍ଷିକ ମିଲିୟନ ଟନ)କୋଇଲା ଲୋଡିଂ ସୁବିଧାର ବାଣିଜ୍ୟକ ସଞ୍ଚାଳନ ଆରମ୍ଭ କରିଛି। ଏହି ଟର୍ମିନାଲକୁ ଜେଏସଡବ୍ଲ୍ୟୁ ଇନ୍ଫ୍ରାଷ୍ଟ୍ରକଚର ଲିମିଟେଡର ଜେଏମଡି ଅରୁଣ ମହେଶ୍ୱରୀ ଏବଂ ପାରାଦ୍ୱୀପ ବନ୍ଦର ଚେୟାରମ୍ୟାନ ପି.ଏଲ୍.ହରନାଥ ଉଦ୍ଘାଟନ କରିଥିଲେ। ଏଥିରେ ଏପିଜିଇଏନ୍ସିଓ, ଏନ୍ଟିପିଇସିଏଲ୍, ସେମ୍ବକର୍ପ ଏନର୍ଜୀ ଇଣ୍ଡିଆ ଲିମିଟେଡ, ଚେତିନାଡଦ ଲଜିଷ୍ଟିକଆଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆନ୍ଧ୍ରପ୍ରଦେଶ ପାୱାର ଡେଭେଲପମେଣ୍ଟ କମ୍ପାନୀ ଲିମିଟେଡ ପାଇଁ ୭୬,୦୦୦ଟନ୍ର ଥର୍ମାଲ କୋଇଲା ନିମନ୍ତେ ଟର୍ମିନାଲରେ ପ୍ରଥମଥର ପାନାମାକ୍ସ ଜାହାଜ “ଏମଭି କ୍ୟାପଟେନ ପି.ଇଗଲଜୋସ”ଲାଗିଥିଲା। ଆନ୍ଧ୍ରପ୍ରଦେଶ ,ତାମିଲନାଡୁ,କର୍ଣ୍ଣାଟକର ଉପକୂଳବର୍ତ୍ତୀ ତାପଜ ବିଦ୍ୟୁତ ଉତ୍ପାଦନ କାରୀଙ୍କ ନିମନ୍ତେ ମହାନଦୀ କୋଲ୍ ଫିଲ୍ଡ (ଏମ୍ସିଏଲ )ରୁ ଶେଷ ବ୍ୟବହାରକାରୀଙ୍କ ପର୍ଯ୍ୟନ୍ତ କୋଇଲା ପରିବହନ ପାଇଁ ଜେଏସଡବ୍ଲ୍ୟୁ ପାରାଦ୍ୱୀପ କ୍ୱେକୋଲ ଟର୍ମିନାଲ ପ୍ରମୁଖ ଭିତ୍ତିଭୂମି ପଦାନ କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.