ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ବନ୍ଦ ଘର ଭିତରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ। ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ। ୨୦ ଦିନ ହେବ ଏଠାରେ ଘରଭଡା ନେଇ ରହୁଥିଲେ। ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୁଲିସ। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏନେଇ ପୁଲିସ କିମ୍ବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ

ସୂଚନା ଅନୁଯାୟୀ, ୨୦୨୨ ଜାନୁଆରୀ ୧ ରୁ ଆଜି ଯାଏଁ ୨୪୨ ଟି ଆତ୍ମହତ୍ୟା ଘଟଣା ଘଟିଛି । କେବଳ ଭୁବନେଶ୍ୱରରେ ୨୪୨ ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ସୂଚନା ।

Leave A Reply

Your email address will not be published.