Latest Odisha News, Breaking News Today | Top Updates on Corona

ରାଜଧାନୀରେ ଆଉଜଣେ ଲେଡି ଡନ୍‍ର ଉତ୍ପାତ

ଭୁବେନଶ୍ବର : ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ୨୦୧୫ରେ ଲେଡ଼ି ଡନ୍‍ ଶୈଳ ପୁଲିସକୁ ମାଡ଼ ମାରି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏହିଭଳି ରାଜଧାନୀର ଦ୍ୱିତୀୟ ଲେଡିଡନ୍‍ ଭାବେ ଏୟାରଫିଲ୍ଡ ଥାନା ଅଭିରାମ ବସ୍ତିରେ ଅସୀମା ବିବି ଓରଫ ବନୁ ଡନ୍‍ ସାଜିଛନ୍ତି। ସେ ବସ୍ତିରେ କଙ୍ଗାରୁ କୋର୍ଟ କରି ଲୋକଙ୍କୁ ଅନ୍‍ ଦି ସ୍ପଟ୍‍ ସଜା ଦେଉଛନ୍ତି। ଏପରିକି ରବିବାର ସନ୍ଧ୍ୟାରେ ଦୁଇ ଛେଳି ଚୋରଙ୍କୁ ଧରି ହାତଗୋଡ଼ ବାନ୍ଧି ନିର୍ଘାତ ମାଡ଼ ମାରି ବିଚ୍‍ ରାସ୍ତାରେ ଚଲାଇଥିଲେ। ପୁଲିସ ଉଦ୍ଧାର କରିବାକୁ ଯିବା ପରେ ପୁଲିସକୁ ରୋବାବ୍‍ ଦେଖାଇଥିଲେ ଅସିମା। ୨ଚୋରଙ୍କୁ ଉଦ୍ଧାର ବେଳେ ପୁଲିସକୁ ଅସୀମା ମାଡ଼ ମାରିଥିଲେ। ଶେଷରେ ଥାନାକୁ ଅଧିକ ଫୋର୍ସ ଯିବା ପରେ ଅସୀମାଙ୍କୁ ପୁଲିସ ଗିରଫ କରିଥିଲା। ଏନେଇ ଥାନାରେ ପିସିଆର-୧୩ର କର୍ମଚାରୀ ସରୋଜ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ସବୁଠୁ ବଡ଼ କଥା ହେଲା ଅସୀମା ବସ୍ତିରେ ଉତ୍ପାତ କରେ। ଏପରିକି ତା’ ଭୟରେ କେହି ବସ୍ତିରେ ପାଟି ଖୋଲନ୍ତି ନାହିଁ। ଅସୀମା କଥାରେ ବସ୍ତିର ଲୋକେ ଚାଲୁଥିଲେ। ଯଦି ବସ୍ତିରେ କେହି ରହିବାକୁ ହେବ ସେ ଅସିମା କଥାରେ ହଁ କରିବାକୁ ପଡୁଥିଲା। ଅନେକ ଲୋକେ ମଧ୍ୟ ଅସିମାର ଅତ୍ୟାଚାରରେ ଅତିଷ୍ଟ ହୋଇପଡ଼ିଥିଲେ। କିନ୍ତୁ ତା ହାତରେ ଏକାଧିକ ଗୁଣ୍ଡା ରହିଥିବାରୁ କେହି ସାହସ ଜୁଟାଇ ପୁଲିସରେ ଅଭିଯୋଗ କରୁ ନ ଥିଲେ ବୋଲି ପୁଲିସ କହିଛି। କିନ୍ତୁ ଶେଷରେ ନିଜେ ଅସିମା ପୁଲିସ ଜାଲରେ ଫସିଯାଇଛନ୍ତି।

ଦେଖନ୍ତୁ ନଟିଆ କମେଡି

ମିଳିଥିବା ତଥ୍ୟ ଅନୁସାରେ, ରବିବାର ସନ୍ଧ୍ୟା ୬ଟା ସମୟରେ ଏୟାରଫିଲ୍ଡ ଥାନା ଅଭିରାମ ବସ୍ତିରେ ଏକ ଛେଳି ଚରୁଥିଲା। ଏହି ସମୟରେ ୨ଚୋର ଛେଳିକୁ ଚୋରି କରିବା ପାଇଁ ଛକି ରହିଥିଲେ। ଶେଷରେ ୨ଚୋର ଛେଳିକୁ ମାଡ଼ି ବସିବା ପରେ ଛେଳିଟି ବୋବାଇଥିଲା। ଶବ୍ଧ ଶୁଣି ବସ୍ତିର କେତେକ ଲୋକେ ଦୌଡ଼ି ଆସି ଦୁଇ ଛେଳି ଚୋରଙ୍କୁ କାବୁ କରିଥିଲେ। ହେଲେ ଏହାପରେ ବସ୍ତିର ଡନ୍‍ ସାଜିଥିବା ଅସିମାଙ୍କୁ ରଡ଼ି କରିଥିଲା। ଆସୀମା ଆସିବା ପରେ ୨ଚୋରଙ୍କ ହାତ, ଗୋଡ଼କୁ ଏକ ରଶିରେ ବାନ୍ଧିଦେଇଥିଲେ। ଚୋର ବନ୍ଧା ହୋଇଥିବା ରଶୀକୁ ଧରି ଅସୀମା ବସ୍ତିରେ ବୁଲାଇଥିଲେ। ଏହି ସମୟରେ ଖବର ପାଇଁ ପିସିଆର-୧୩ ଘଟଣାସ୍ଥଳରେ ପହଞ୍ଚିଥିଲା। ଅସୀମା ଦୁଇ ଚୋରକୁ ବାନ୍ଧିଥିବାରୁ ତୁରନ୍ତ ପୁଲିସକୁ ହସ୍ତାନ୍ତର କରିବାକୁ କହିଥିଲେ। କିନ୍ତୁ ଅସୀମା ପୁଲିସକୁ ହସ୍ତାନ୍ତର କରି ନ ଥିଲେ। ପୁଲିସ ଚୋର ସହ ସଂପୃକ୍ତ ଥିବା କହିବା ସହ ଆମେ ଉଭୟଙ୍କୁ ଶାସ୍ତି ଦେବୁ ବୋଲି ଅସୀମା ପୁଲିସକୁ କହିଥିଲା। ପୁଲିସ ୨ଚୋରଙ୍କୁ ଉଦ୍ଧାର କରିବାକୁ ଯିବାରୁ ଅସୀମା ତାଙ୍କୁ ମାଡ଼ ମାରିଥିଲେ। ଶେଷରେ ପିସିଆର କର୍ମଚାର ଥାନା ଅଧିକାରୀ ଦୀପକ ମିଶ୍ରଙ୍କୁ କହିବା ପରେ ଥାନାକୁ ଅଧିକ ଫୋର୍ସ ଆସି ଅସିମାଙ୍କୁ କାବୁ କରି ଥାନାକୁ ନେଇଥିଲା। କିନ୍ତୁ ଥାନାରେ ଅସୀମା ପୁଲିସକୁ ଗାଳିଗୁଲଜ କରିଥିଲା। ଶେଷରେ ପିସିଆର କର୍ମଚାରୀଙ୍କୁ ଅଭିଯୋଗ କ୍ରମେ ପୁଲିସ ତାଙ୍କୁ ଗିରଫ କରିଛି। ଅନ୍ୟପଟରେ ଦୁଇ ଛେଳି ଚୋରକୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।

୨୦୧୫ ମସିହାରେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ଲେଡ଼ି ଡନ୍‍ ଶୈଳ ରଣସିଂ ଉତ୍ପାତ କରୁଥିଲା। ଏପରିକି ତା କଥାରେ ବସ୍ତିର ସମସ୍ତ ଲୋକେ ହଁ ମାରୁଥିଲେ। ସେ ଏକପ୍ରକାର ବସ୍ତିରେ କଙ୍ଗାରୁକୋର୍ଟ ଚଳାଇଥିଲା। ଏପରିକି ତା’ ହାତରେ ଥାନାର ପୁଲିସ ଏବଂ ଗୁଣ୍ଡା ମଧ୍ୟ ରହିଥିଲା। ଯେଉଁଥି ପାଇଁ ଶୈଳ ଅଧିକ କ୍ଷମତାଶାଳୀ ହୋଇ ଉତ୍ପାର କରୁଥିଲେ। ଶୈଳ ନାମରେ ଲକ୍ଷ୍ମୀସାଗର ଥାନାରେ ୮ଟି ମାମଲା ରହିଥିଲା। ୨୦୧୫ ଜୁନ୍‍ ୧୩ରେ ଏକ ଯୁବକଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ଜଳାଇବାକୁ ଯୋଜନା କରିଥିଲା ଶୈଳ ଏବଂ ତା’ର ସହଯୋଗୀ। ଉକ୍ତ ଯୁବକର ଭୁଲ ଥିଲା କି ବସ୍ତିର ଜଣେ ଯୁବତୀଙ୍କୁ ହଇରାଣ କରିଥିଲେ। ଖବର ପାଇ ପୁଲିସ ଯୁବକକୁ ଉଦ୍ଧାର କରିବାକୁ ବସ୍ତିକୁ ଯାଇଥିଲା। ହେଲେ ସେଠାରେ ଶୈଳ ଏବଂ ତାର ସହଯୋଗୀ ପୁଲିସକୁ ଏକ ନାଳରେ ପକାଇ ଆକ୍ରମଣ କରିଥିଲା। ଶେଷରେ ପୁଲିସ ବାଧ୍ୟ ହୋଇ ଜୀବନ ବଞ୍ଚାଇ ପଳାଇଆସିଥିଲା। ଶେଷରେ ପୁଲିସ ଶୈଳକୁ ଗିରଫ କରିଥିଲା। ବର୍ତ୍ତମାନ ଶୈଳ ଜେଲରୁ ଆସିବା ପରେ ବସ୍ତିରେ ରହୁଥିବା ଜଣାପଡ଼ିଛି।

0Shares
0