ଶିମିଳିପାଳରେ ପୁଣି ଏକ ହାତୀ ଶାବକର ମୃତ୍ୟୁ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଶିମିଳିପାଳ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଗୋଟିଏ ମାଈ ହାତୀର ମୃତ୍ୟୁର ୨୪ଘଣ୍ଟା ନ ପୁରୁଣୁ ବୁଧବାର ଏକ ହାତୀ ଶାବକର ମୃତ୍ୟୁ ଘଟିଥିବା ଖବର ମିଳିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ) ବନଖଣ୍ଡର ପୋଡ଼ାଡ଼ିହା ରେଞ୍ଜ ଜଙ୍ଗଲରେ ହାତୀ ଶାବକ ମୃତଦେହକୁ ବନକର୍ମଚାରୀ ଦେଖିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ଦାହ କରାଯାଇଛି। ଶାବକଟି ବୟସ ୪ରୁ ୬ମାସ ହେବ ଓ ସେ ହାତୀପଲରୁ ବିଚ୍ଛିନ୍ନ ହେବା ପରେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ଘଟିଥିବା ନେଇ ପ୍ରକଳ୍ପ ଉପନିର୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି।