ଭୟଙ୍କର ଭୂକମ୍ପରେ ପୁଣି ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ

ନୂଆଦିଲ୍ଲୀ: ତୁହାକୁ ତୁହା ଭୂମିକମ୍ପରେ ଥରୁଛି ତୁର୍କୀ । ଗତ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହେଲାଣି। ତୁର୍କୀର ଗୋଲାବାସୀ ସହରରେ ଆଜି ପୁଣି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି। ବାରମ୍ବାର ଭୂକମ୍ପ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସୋମବାର ତୁର୍କୀ ଓ ସିରିୟାରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଳୟ ରଚିଛି। ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ୭.୫ ଓ ପରେ ୬ ତୀବ୍ରତାର ଭୂମିକମ୍ପରେ ଦୋହଲିଥିଲା ତୁର୍କୀ। ଫଳରେ ତୁର୍କୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୦୦ ଲୋକ ପ୍ରାଣ ହରାଇ ସାରିଲେଣି। ତୁର୍କୀ ଓ ସିରିୟାରେ ବର୍ତ୍ତମାନ ସୁଦ୍ଧା ୪୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ତୁହା କୁ ତୁହା ଆସୁଥିବା ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୮ ଗୁଣା ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

Leave a comment