ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନ ବାଘ ସଫାରୀରୁ ପୁଣି ଉଦ୍ଧାର ହେଲା ଆଉ ଏକ କୁମ୍ଭୀର ଛୁଆ

ଭୁବନେଶ୍ୱର: ନନ୍ଦନକାନନର ବାଘ ସଫାରୀରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ସଫାରୀର ବାଘ ଗାଧୁଆ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ବିଗତ ଦିନର ଲଗାଣ ବର୍ଷାରେ ନନ୍ଦନକାନନର ଅନେକ ଖୁଆଡ଼ ଜଳମଗ୍ନ ହୋଇଯାଇଥିଲା। ଏହି ସମୟରେ କୁମ୍ଭୀରଟି କାଞ୍ଜିଆ ହ୍ରଦରୁ ଆସିଯାଇଥିବା ଅନୁମାନ କରାଯାଉଛି। ଆଜି ପର୍ଯ୍ଯଟକମାନେ ସଫାରୀ ବୁଲିବା ସମୟରେ ବାଘଟି ଜଳାଶୟରେ ବାରମ୍ବାର ରଡି ଛାଡୁଥିଲା। କଣ ପାଇଁ ବାଘ ଗର୍ଜନ କରୁଛି ବୋଲି ଲୋକେ ଦେଖିବା ବେଳକୁ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ପାଇଥିଲେ। ଜଳାଶୟରେ ପାଖାପାଖି ସାଢେ ୪ ପୁଟର କୁମ୍ଭୀର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ବାଘ ସଫାରୀରୁ କୁମ୍ଭୀର ଉଦ୍ଧାର କାର୍ଯ୍ଯ ଆରମ୍ଭ କରାଯାଇଥିଲା । ଗୋଟିଏ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି, ଅନ୍ୟଟି ସେହି ପାଣି ଭିତରେ ବୁଲୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.