ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନସର ହସ୍ପିଟାଲ୍: ‘କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ପୂର୍ବ ଭାରତବାସୀ ଉପକୃତ ହେବେ’- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା। ଭୁବନେଶ୍ୱରରେ ୬୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ। ଏଥି ଲାଗି ରାଜ୍ୟ ସରକାର ଯୋଗାଇବେ ୪୦ଏକର ଜାଗା। ଭିତ୍ତିଭୂମିର ବିକାଶ ଲାଗି କରିବେ ସମସ୍ତ ସହଯୋଗ। ଏନେଇ ଟାଟା ମେମୋରିଆଲ ସେଣ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ହସ୍ପିଟାଲରେ ବିଏସକେୱାଇ କାର୍ଡ଼ଧାରୀଙ୍କୁ ମାଗଣା ସୁବିଧା ବ୍ୟବସ୍ଥା ରହିବ।ରେଡିଓ ଆଇସୋଟୋପ ଲାଗି ସରକାର ବି ଯୋଗାଇବେ ଏକ ସାଇକ୍ଲୋଟ୍ରନ ମେସିନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ରାଜ୍ୟରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ପୂର୍ବ ଭାରତବାସୀ ଉପକୃତ ହେବେ। ଏନେଇ ପ୍ରଧାନମନ୍ତ୍ରୀ, ଆଣବିକ ଶକ୍ତି ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମଓୟୁରେ ସ୍ୱାକ୍ଷର କରିଥିଲେ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦାୱି ଓ ସାଧାରଣ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି। ପ୍ରକଳ୍ପ ଲାଗି ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ହସ୍ପିଟାଲ ପରିସରରେ ନିର୍ମାଣ ହେବ ସାଇକ୍ଲୋଟ୍ରନ, ଷ୍ଟାଫ କ୍ୱାର୍ଟର୍ସ, ଟାଉନସିପ, ଆକାଡେମିକ ବ୍ଲକ, ରେଷ୍ଟ ସେଡ, ଧର୍ମଶାଳା ଇତ୍ୟାଦି । ସେବା, ଶିକ୍ଷା ଓ ଗବେଷା ଦିଗରେ ଅଭିପ୍ରେତ ହେବ ହସ୍ପିଟାଲ । ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଯୋଗୁ ରାଜ୍ୟବାସୀ କ୍ୟାନସରର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏହି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଓଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଆଦି ବିଭାଗ ରହିବ। ହସ୍ପିଟାଲ କ୍ୟାମ୍ପସରେ ବି ପ୍ରତିଷ୍ଠା ହେବ ଆହାର କେନ୍ଦ୍ର । ପ୍ରତିବର୍ଷ ରାଜ୍ୟରେ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ୧୮ ହଜାର ରୋଗୀଙ୍କ ଜୀବନ ନେଉଛି କର୍କଟ।

Leave A Reply

Your email address will not be published.