ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୪୦୮ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୦୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୮୨ ସଂକ୍ରମିତ ।

ଅନୁଗୁଳରୁ ୯୩ , ବାଲେଶ୍ୱରରୁ ୨୫୧ , ବରଗଡ଼ ୨୪, ଭଦ୍ରକ ୧୬୯, ବଲାଙ୍ଗୀର ୨୨ , ବୌଦ୍ଧ ୨୮ , କଟକ ୫୫୩ , ଦେବଗଡ଼ ୪ , ଢେଙ୍କାନାଳ ୭୩ , ଗଜପତି ୧୪ , ଗଞ୍ଜାମ ୧୭ , ଜଗତସିଂହପୁର ୧୦୩ , ଯାଜପୁର ୨୫୮ , ଝାରସୁଗୁଡ଼ା ୧୯ , କଳାହାଣ୍ଡି ୧୫ , କନ୍ଧମାଳ ୧୯ , କେନ୍ଦ୍ରାପଡ଼ା ୧୧୦ , କେନ୍ଦୁଝର ୭୦ , କୋରାପୁଟ ୭୬ , ମାଲକାନଗିରି ୭୩ , ମୟୂରଭଞ୍ଜ ୧୫୮ , ନବରଙ୍ଗପୁର ୪୩ , ନୟାଗଡ଼ ୧୬୦ , ନୂଆପଡ଼ା ୬ , ପୁରୀ ୨୧୫ , ରାୟଗଡ଼ା ୭୭ , ସମ୍ୱଲପୁର ୨୮ , ସୋନପୁର ୧୬ , ସୁନ୍ଦରଗଡ଼ ୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment