ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୨୨୨ ଜଣ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲିଠାରୁ ଆଜି ସାମାନ୍ୟ ବଢିଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଆଉ ୩୨୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର୧୦୯ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ସେହିପରି ଜଗତସିଂହପୁରରୁ ୨୧୨ ଜଣ,ବାଲେଶ୍ବରରୁ ୨୦୮ ଜଣ, ମୟୂରଭଞ୍ଜରୁ ୧୯୫ ଜଣ, ଯାଜପୁରରୁ ୧୯୦ ଜଣ,ପୁରୀରୁ ୧୮୮ ଜଣ, କେନ୍ଦ୍ରାପଡ଼ାରୁ ୧୭୯ ଜଣ, ଭଦ୍ରକରୁ ୧୪୧ ଜଣ,ନୟାଗଡ଼ରୁ ୧୧୪ ଜଣ,ଅନୁଗୁଳରୁ ୯୧ ଜଣ,ମାଲାକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ ଲେଖାଏଁ, କେନ୍ଦୁଝରରୁ ୬୪ ଜଣ, ରାୟଗଡ଼ାରୁ ୬୧ ଜଣ, କୋରାପୁଟରୁ ୫୩ ଜଣ, ଢ଼େଙ୍କାନାଳରୁ ୪୧ ଜଣ,ସମ୍ବଲପୁରରୁ ୩୧ ଜଣ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ୨୫ ଜଣ ଲେଖାଏଁ, ବରଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ୨୪ ଜଣ ଲେଖାଏଁ,ନବରଙ୍ଗପୁରରୁ ୨୩ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ୧୬ ଜଣ ଲେଖାଏଁ, ସୋନପୁରରୁ ୧୨ ଜଣ, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୭ ଜଣ ଏବଂ ଷ୍ଟେ୍ଟ୍ ପୁଲ୍ରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯କୁ ବୃଦ୍ଧି ପାଇଛି । ୩୦ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୮୦ ହଜାର ୯୯୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.