ସାଇ ଶିକ୍ଷା ଗ୍ରୁପ୍ର ବାର୍ଷିକୋତ୍ସବ

କଟକ : ନୂଆପଡା ବାଲିସାହିସ୍ଥିତ ସାଇ ଶିକ୍ଷା ଗ୍ରୁପ୍ ଅଫ ସ୍କୁଲ ଓ କଲେଜର ୧୩ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଇ ଶିକ୍ଷା ଗ୍ରୁପ୍ର ସଭାପତି ପର୍ଶୁରାମ ଦାସଙ୍କ ତତ୍ବାବଧାନରେ ସ୍କୁଲ ପରିସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଚଳଚିତ୍ର ଅଭିନେତା ବିରେନ୍ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କର୍ପୋରେଟର ସୌଭାଗିନୀ ଜେନା, ରାକେଶ ସ୍ବାଇଁ,ସନ୍ତୋଷ ଭୋଳ ଓ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ସଂସ୍ଥାର ସମ୍ପାଦକ ସୁବାସ ଚନ୍ଦ୍ର ସେନାପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶୁଭେନ୍ଦୁ ତ୍ରିପାଠୀ ସାଇବାବାଙ୍କ ଆଳତୀ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଟ୍ରଷ୍ଟି ସୁଧାଂଶୁ ଶେଖର ନାୟକ,ସଙ୍ଗୀତା ନାୟକ, ସୁଧାଂଶୁ ଭୂଷଣ ପଣ୍ଡା, ଉତ୍କଳ କେଶରୀ ବିଶ୍ବାଳ,ଜଗନ ମହାରଣା,ପଜ୍ଞାପରିମିତା ଦାସ,ମଧୁସ୍ମିତା ପଣ୍ଡା, ପ୍ରଭାତି ବିଶ୍ବାଳ, ଯୋଗେନ୍ଦ୍ର ନାୟକ,ନରେନ୍ଦ୍ର ଓଝା, ଗୌରାଙ୍ଗ ଓଝା,ଅନିଲ ପଣ୍ଡା,ଅମର ବାରିକଙ୍କ ସମେତ ସାଇ ଶିକ୍ଷା ଗ୍ରୁପ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।