ଓଡ଼ିଶା ଲଳିତ କଳା ଏକାଡେମୀର ୪୦ତମ ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା

ଭୁବନେଶ୍ବର:  ଓଡ଼ିଶା ଲଳିତ କଳା ଏକାଡେମୀର ୨୦୨୨ ମସିହା ପାଇଁ ଚାରୁକଳା ପୁରସ୍କାର ଘୋଷଣା କରାଯଇଛି। ଚଳିତବର୍ଷ ୪୦ତମ ରାଜ୍ଯସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀମାନଙ୍କ ଠାରୁ କଳାକୃତିର ଫଟୋଗ୍ରାଫ ଗ୍ରହଣ କରାଯାଇଥିଲା। ସେଥି ମଧ୍ଯରୁ ପ୍ରଥମ ପର୍ଯ୍ଯାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ ଅନୁସାରେ ୧୭୩ ଜଣ ଶିଳ୍ପୀଙ୍କର କଳାକୃତିକୁ ଚୁଡାନ୍ତ ପର୍ଯ୍ଯାୟ ପାଇଁ ମନୋନୀତ କରାଯାଇଥିଲା। ଚୁଡାନ୍ତ ପର୍ଯ୍ଯାୟରେ ଭାରତର ସୁନାମଧନ୍ୟ ଶିଳ୍ପୀମାନଙ୍କୁ ନେଇ ଏକ ୫ ଜଣୀୟ ବିଚାରକ ମଣ୍ଡଳୀ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ରାଜ୍ଯସ୍ତରୀୟ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ। ଉକ୍ତ ଚୁଡାନ୍ତ ତାଲିକା ଏକାଡେମୀର କର୍ଯ୍ଯକାରୀ ସମିତି ବୈକଠରେ ଅନୁମେଦିତ କରାଯାଇଥିଲା।

୨୦୨୨ ମସିହା ୪୦ତମ ରାଜ୍ଯସ୍ତରୀୟ ପୁରସ୍କାର ପାଇଁ ଭାସ୍କର୍ଯ୍ଯରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅସାନ୍ତ ଦାସ । ମୁଦ୍ରଣ କଳାରେ ନାରୟଣ ଗୁପ୍ତା ଓ ଟୁକୁନା ଡାକୁଆ । ଅମିତ କୁମାର ଓଝା ଓ ସିତିକାନ୍ତ ସାମନ୍ତସିଂହାର ଚିତ୍ରକଳାରେ । ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ପ ଓ ନିରଞ୍ଜନ ମୁଖିଙ୍କୁ ମନୋନୀତ କରାଯାଇଛି।

ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏଥିସହ ତାମ୍ର ଫଳର, ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଏହି ଅବସରରେ ଏକାଡେମୀ ତରଫରୁ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡିକରେ ଏକ ରଙ୍ଗୀନ ଚିତ୍ରପୁସ୍ତିକ ମଧ୍ୟ ଉନ୍ମୋଚନ କରାଯିବି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦ୍ବାରା ଏକାଡେମୀର ସଭାପତି ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ପଢିଆରୀ, କାର୍ଯ୍ଯକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ଯାମ ସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ଯ ପୁରସ୍କାର ଘୋଷଣା କରାଯାଇଛି। ଏକାଡେମୀର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।

Leave a comment