ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରଏସଏସକୁ ନେଇ ନେତାଜୀଙ୍କ ଝିଅ ଦେଲେ ବଡ଼ ବୟାନ, କହିଲେ ସଂଘ ସମାଲୋଚକ ଥିଲେ ବାପା

କୋଲକାତା: ୨୩ ଜାନୁଆରୀରେ କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତି କରୁଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) । ଏଥିପାଇଁ ଆରଏସଏସ ମୁଖ୍ୟ ମୋହନ ଭାଗବତ କୋଲକାତା ଗସ୍ତରେ ଅଛନ୍ତି । ମୋହନ ଭାଗବତ ନେତାଜୀଙ୍କ ଜନ୍ମଦିନରେ ସାମିଲ ହେବେ । ଏହାରି ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନିତା ବୋସ ଫାଫ ଆରଏସଏସକୁ ତେରେଛା ବାଣ ମାରିଛନ୍ତି । ଆରଏସଏସର ଆୟୋଜନକୁ ନେଇ ସେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

ନେତାଜୀଙ୍କ ଝିଅ ଅନୀତା କହିଛନ୍ତି ନେତାଜୀ କେବେବି ଆରଏସଏସ ବିଚାରଧାରାର ପକ୍ଷରେ ନଥିଲେ । ତାଙ୍କ ନାଁରେ ଯାହା ବି ଏହା ହେଉଛି ତାହା ଦୁର୍ଭାଗ୍ୟଜନକ । ସେ ଏହି ଆୟୋଜନକୁ କେବେବି ପ୍ରଶଂସା କରୁନାହାନ୍ତି । ସୂଚନାଥାଉକି, ଆରଏସଏସର ପୂର୍ବତନ କ୍ଷେତ୍ର ସଂଚାଳକ ଅଜୟ ନନ୍ଦୀ ମଙ୍ଗଳବାର କହିଥିଲେ ଯେ ବୋସ ଏବଂ ଆରଏସଏସର ସଂସ୍ଥାପକ ଡା. ହେଡଗେୱାରଙ୍କ ମଧ୍ୟରେ କଂଗ୍ରେସ ସମୟରୁ ଭଲ ସମ୍ପର୍କ ରହିଥିଲା । ନେତାଜୀଙ୍କ ଝିଅ ଅନିତା ଆରଏସଏସର ଏହି ଆୟୋଜନକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ତାଙ୍କ ବାପା ଆରଏସଏସର ସମର୍ଥକ ନ ଥିଲେ । ସେ ହିନ୍ଦୁ ଥିଲେ କିନ୍ତୁ ସବୁ ଧର୍ମକୁ ସମ୍ମାନ କରୁଥିଲେ । ସମସ୍ତଙ୍କ ସହ ତାଙ୍କର ଭଳ ସମ୍ପର୍କ ଥିଲା । ତେଣୁ ସେ ଆରଏସଏସର ଏହି ଆୟୋଜନକୁ ପ୍ରଶଂସା କରୁନାହାନ୍ତି । ଯଦି ନେତାଜୀଙ୍କ ବିଚାରଧାରାରେ ଆରଏସଏସ ପ୍ରେରିତ ହୋଇଛି ତେବେ ଭଲ କଥା । କିନ୍ତୁ ମୋତେ ଏମିତି ଲାଗୁନି ଯେ ସର୍ବଧର୍ମ ସମ୍ମାନ ବିଚାରଧାରାରେ ଆରଏସଏସ ପ୍ରେରିତ ବୋଲି । ଯଦି ଆରଏସଏସ ହିନ୍ଦୁତ୍ୱ ବିଚାରଧାରା ପାଇଁ ନେତାଜୀଙ୍କୁ ବ୍ୟବହାର କରେ ତେବେ ଏହା ଭୁଲ୍ କରୁଛି ।

Leave A Reply

Your email address will not be published.