ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣ୍ଡରାରେ ହେବ ଆନିକଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାଣ୍ଡରାଠାରେ ଏକ ଆନିକଟ୍‍ ନିର୍ମାଣ ହେବ। ଏଥିପାଇଁ ୧୨୮ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ଶେଷ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟାକୁ ବୁଧବାର ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଅନୁମତି ମିଳିଛି। ଏହି ପ୍ରକଳ୍ପଟି ବିଏମ୍‍ସି ଅଞ୍ଚଳ ସମେତ ବାଲିଅନ୍ତା ତହସିଲର ଲୋକମାନଙ୍କ ପାନୀୟ ଜଳ ଓ ଘରୋଇ ବ୍ୟବହାହର ନିମନ୍ତେ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ। ଏହାସହିତ ଏହି ଆନିକଟ୍‍ ଯୋଗୁଁ ସ୍ଥାନୀୟ ଲୋକମାନଙ୍କ ଚାଷ କାର୍ଯ୍ୟ, ଶିଳ୍ପ, ଓ ସାମାଜିକ ଏବଂ ଆର୍ଥିଥକ ଉନ୍ନତି ଦିଗରେ ଉନ୍ନତି ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଆନିକଟ୍‍ ଯୋଗୁଁ ୧୬୧.୬୯ ହେକ୍ଟର ପରିମିତ ଅଞ୍ଚଳର ମାଛ ଚାଷ ନିମନ୍ତେ ସହାୟକ ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି। ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ରେ ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟରେ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନର୍ମାଣ’ ପ୍ରକଳ୍ପ ଯୋଜନା କରିଛନ୍ତି।

ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ପାଣ୍ଡରା ଗ୍ରାମ ନିକଟରେ ଏହି ଆନିକଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ଶକ୍ତି ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍‍ମଚାରୀ ନିବାସ ନିର୍ମାଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଏହି ପ୍ରକଳ୍ପର ପ୍ରତ୍ୟେକ ଅଂଶର ଡିଜାଇନ୍‍ ଓ ଆକଳନ ତଥା ପ୍ରକଳ୍ପ ନିର୍ମାଣ ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ ରହିଛି। ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବୃହତ ଜଳଭଣ୍ଡାର ପାଇଁ ଦାବି ହୋଇ ଆସୁଥିଲା। କୁଆଖାଇ ନଦୀର ବାଲିଅନ୍ତାଠାରେ ଏକ ବୃହତ୍‍ ଆନିକଟ ନିର୍ମାଣ କରିବା ପାଇଁ ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିଲା। ନଦୀର ଧାରେ ଧାରେ ଦୃଢ଼ ଭାବେ ସୁଉଚ୍ଚ ବନ୍ଧ ଓ ରାସ୍ତା ନିର୍ମାଣ କରିବା ସହ ଯେପରି କୂଆଖାଇର ଜଳସ୍ତର ଯଥେଷ୍ଟ ଉପରେ ରହିବ ଓ କୌଣସି ଅବସ୍ଥାରେ ବନ୍ଧର କ୍ଷତି ହେବନାହିଁ ସେନେଇ ପ୍ରୟାସ କରିବାକୁ ଦାବି ହୋଇଆସୁଛି। ନଦୀରେ ୩୦ ରୁ ୩୫ ଫୁଟ ପର୍ଯ୍ୟନ୍ତ ଖୋଳି ନଦୀର ଶଯ୍ୟାକୁ ଗଭୀର କରାଯିବା ସହ ନଦୀ ସମ୍ମୁଖ ରାସ୍ତା ମଧ୍ୟ ନିର୍ମାଣ କରାଯାଇପାରିବ। ଏହା ଫଳରେ ଏହା ନଦୀକୁ ସୁରକ୍ଷା ଦେବା ସହିତ ନଦୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ।

Leave A Reply

Your email address will not be published.