ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫାର୍ମା କମ୍ପାନୀ ଲ୍ୟାବରେ ଭୟାବହ ଅଗ୍ନିକାଣ୍ଡ: ୪ ମୃତ, ଜଣେ ଗୁରୁତର

ବିଶାଖାପାଟନମ୍:  ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀସ୍ଥିତ ସୋମବାର ବିଳମ୍ବିତ ରାତିରେ ଏକ ଫାର୍ମା କମ୍ପାନୀ ଲ୍ୟାବରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ମୁତାବକ, କମ୍ପାନୀ ବିଲଡିଂରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ରାଜ୍ୟ ଶିଳ୍ପ ମନ୍ତ୍ରୀ ଅମରନାଥ କହିଛନ୍ତି ଯେ ଆହତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି ଏବଂ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆହତ ବ୍ୟକ୍ତିଙ୍କ ଚିକିତ୍ସା ତଥା ତାଙ୍କ ଆର୍ଥିକ ସହାୟତା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର କାରଣ ଜାଣିବା ପାଇଁ ସରକାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.