ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା: ଠେଙ୍ଗା ମାଡରେ ବୃଦ୍ଧ ମୃତ, ଯୁବକ ଗିରଫ

ବାରିପଦା/ବଡସାହି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିବା ଫଳରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଯୁବକ ଜଣଙ୍କ ହେଲେ ବଡସାହି ଥାନା, ଗୁଡିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମର ରବୀନ୍ଦ୍ର ମହାନ୍ତ(୨୬) । ପୁସିଲ ଏନେଇ ଏକ ନରହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ନିହତ ବୃଦ୍ଧ ଜଣଙ୍କ ହେଲେ ସେହି ଗ୍ରାମର ରୂପଚାନ୍ଦ ମହାନ୍ତ (୮୨) ।

ସୂଚନା ଅନୁଯାୟୀ, ରୂପଚାନ୍ଦ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୋଡଶୀ ରବୀନ୍ଦ୍ର ନିଜର ଦୁଇ ଛୋଟ ପିଲାଙ୍କ ଦେହ ଖରାପ ହେଲେ ଗୁଣିଗାରେଡିକୁ ବିଶ୍ୱାସ କରି ରୂପଚାନ୍ଦକୁ ସନ୍ଦେହ କରି ଆସୁଥିଲା । ଫଳସ୍ୱରୂପ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା । ମଙ୍ଗଳବାର ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ହାଟରୁ ଘରକୁ ଫେରୁଥିବା ବେଳେ ରୂପଚାନ୍ଦଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରବୀନ୍ଦ୍ର ହାତରେ ଧରିଥିବା ବାଉଁଶ ଠେଙ୍ଗାରେ ରୂପଚାନ୍ଦଙ୍କ ମୁଣ୍ଡରେ ବାଡେଇ ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ଗୁରୁତର ଆହାତ ହୋଇଥିଲେ । ସଙ୍ଗେସଙ୍ଗେ ପୋଡିଶା ଲୋକେ ରୂପଚାନ୍ଦଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲକୁ ଆଣି ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ କରି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଛି ।

Leave A Reply

Your email address will not be published.