ମହିଳା ମାନଙ୍କ ପାଇଁ ଉଦାହରଣ ସଫଳ ମହିଳା ଉଦ୍ୟୋଗୀ ସବିତା ରାଣୀ

ଔପଦା : ଆଜିର ଦୁନିଆଁରେ ମଣିଷ ତ୍ୟାଗ ନିଷ୍ଠା ଓ ପ୍ରଚେଷ୍ଟା ବଳରେ ନିଜର ଇଚ୍ଛା ଶକ୍ତିକୁ ସଫଳ କରି ପାରୁଛି । ଏ କ୍ଷେତ୍ରରେ ପୁରୁଷ ଅପେକ୍ଷା ମହିଳା ମାନଙ୍କ ସଫଳତା ଅଧିକ ପରିଲକ୍ଷିତ ହେଉଛି । ନିଜ ଉପରେ ନିଜେ ନିର୍ଭର କରି ଚଳିବା ପାଇଁ ସଂଗ୍ରାମ କରି ସଫଳତା ହାସଲ କରି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଦାରିପୋଖରୀ ଗ୍ରାମର ବାବା ଜଗତେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ସବିତା ରାଣୀ ଓଝା(୩୦) । ସବିତାଙ୍କର ସେହି ଗ୍ରାମର ଜୟନ୍ତ କୁମାର ଓଝାଙ୍କ ସହ ୨୦୧୩ ମସିହାରେ ବିବାହ ହୋଇଥିଲା ।

ସ୍ଵାମୀ ଜୟନ୍ତ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟକରନ୍ତି । ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଜୟନ୍ତଙ୍କ ପରିବାର । ରୋଜଗାରର ବାଟ ବାହାର କରି ଭଲରେ ପରିବାର ପ୍ରତିପୋଷଣ ପାଇଁ ଗାଁର ୧୦ଜଣ ମହିଳାଙ୍କୁ ନେଇ ଯା’ଗୌରୀ ମଣି ଓଝାଙ୍କ ସହଯୋଗ ରେ ବାବା ଜଗତେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କଲେ । ଏହି ଗୋଷ୍ଠୀର ଅନ୍ୟ ମାନଙ୍କୁ ଛେଳି, କୁକୁଡ଼ା ଓ ପରିବା ଆଦି ଚାଷ ପାଇଁ ପ୍ରେରଣା ଯୋଗାଇବା ସହ ଆଜକୁ ମାତ୍ର ୩ ବର୍ଷ ହେଲା ସବିତା ଛତୁ ଚାଷ ଆରମ୍ଭ କରି ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସବିତା ପ୍ରଥମେ ପାଳୁଅ ଛତୁ ଚାଷ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲେ । ଏହି ପାଳୁଅ ଛତୁରେ କ୍ଷତି ହେବାରୁ ସେ ୭୦ଟି ବେଡ଼ ପକାଇ ଝିଙ୍ଗିଡି ଛତୁ ପ୍ରସ୍ତୁତ କରି ଆଖ ପାଖ ଅଞ୍ଚଳ ଓ ସ୍ଥାନୀୟ ବଜାରରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ବୋଲି ସବିତା କହିଛନ୍ତି । ଏହି କାର୍ଯ୍ୟୋ  ଶାଶୁ ସାବିତ୍ରୀ ଓଝା ଓ ଶଶୁର ମଧ୍ୟ ସବିତାକୁ ଛତୁ ଉପ୍ତାଦନ ରେ ସହଯୋଗ କରନ୍ତି । ସେ ଏବେ ନିଜ ଘର କାର୍ଯ୍ୟ ସହ ଛତୁ ଚାଷ କରି ମାସକୁ ୫ ରୁ ୭ ହଜାର ଟଙ୍କା ଆୟ କରିପାରୁଛନ୍ତି । ସରକାରୀ ସହାୟତା ଯୋଗାଇ ଦେଲେ ସେ ବହୁତ ଭଲ ଆୟ କରିବା ସହିତ କିଛି ମହିଳାଙ୍କୁ ମଧ୍ୟ ରୋଜକାର କରାଇ ପାରନ୍ତେ ବୋଲି କହିଛନ୍ତି । ଏ ସମ୍ପର୍କରେ ଓଡିଶା ଜୀବିକା ମିଶନର ବ୍ଲକ କୋଡ଼ିନେଟର ତ୍ରିଲୋଚନ ପରିଡାଙ୍କ ମତାମତ ନେବାରୁ ସେ କହିଛନ୍ତି ସବିତାଙ୍କ ପାଖରେ ବହୁତ ପ୍ରତିଭା ପ୍ରଶାସନ ତରଫରୁ ତାଙ୍କୁ ତଥା ସମ୍ଭବ ସହଯୋଗ କରାଯିବ ।

Leave a comment