ଶୋଇବା ସମୟରେ ଘରଭିତରେ ପଶିଲା ହାତୀ, ୧ଘଣ୍ଟା ଧରି ରଚିଲା ତାଣ୍ଡବ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁରଫାଣ୍ଡି କୋତ୍ତମ ଗ୍ରାମପଞ୍ଚାୟତର ଜରିପାଳ ଗ୍ରାମର ପାର୍ଥ ସାମଲ, ସମୀର ସାମଲ, ଅମୀର ସାମଲଙ୍କ ଘରେ ହାତୀ ପଶି ଭାତ, ଧାନ, ଚାଉଳ, ବିରି, ଘରର ଅନ୍ୟାନ୍ୟ ଜିନିଷ ଖାଇବା ସହିତ ଅନେକ ଜିନିଷ ଭାଙ୍ଗିଥିବା ଜଣାପଡିଛି। ଘରେ ସମସ୍ତେ ଶୋଇ ଥିବା ସମୟରେ ହାତୀ ରାତିରେ ୧୧ଟା ବେଳେ ଘର ଭିତରକୁ ପଶି ଯାଇଥିଲା। ମଝି ଦୁଆରେ ରହି ୩ ବଖରା ଘରରୁ ଜିନିଷ ଶୁଣ୍ଢରେ ଟାଣି ଖାଇ ବିଞ୍ଚିବା ସହ ୧ଘଣ୍ଟା ଧରି ତାଣ୍ଡବ ରଚି ଖଟ ପଲଙ୍କ, ଫ୍ୟାନ, ଟିଭି, ଚୌକି ଇତ୍ୟାଦି ଭାଙ୍ଗି ଥିଲା। ଭାପୁର ଫରେଷ୍ଟର ବୁଲି ଦେଖିବା ସହ ଫର୍ମ ଆବେଦନ କରିବାପାଇଁ କହିଥିଲେ। ସ୍ଥାନୀୟ ସରପଞ୍ଚ ରୋହିତ ସାମଲ ଆସି ବୁଲି ଦେଖିଥିଲେ। ଲୋକମାନଙ୍କୁ ଚୁଡା, ବିସ୍କୁଟ ଖାଇବା ପାଇଁଁ ଦଇଥିଲେ। ଘର ଭିତରେ ଠିଆ ହୋଇ ଏଭଳି କାଣ୍ଡ ହାତୀ ଘଟାଇବା ନୂଆ ଘଟଣା। ସ୍ଥାନିୟ ଲୋକଙ୍କ ହାଇମାକ୍ସ ଲାଇଟ,ହାତୀ ସୁରକ୍ଷା କମିଟି, ହାତୀ ସ୍କ୍ବାଡ ନିୟୋଜିତ କରିବା ପାଇଁ ଦାବି।