ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଇରାଲ ହେଲା ଡ୍ରାଇଭର ସଂଘ ନେତାଙ୍କ ଅଡିଓ, ଠେଙ୍ଗା ଧରି ଆନ୍ଦୋଳନରେ ସାମିଲ ହେବାକୁ ଡାକରା

ଚଣ୍ଡିଖୋଲ: ଭାଇରାଲ୍ ଅଡିଓ ଇଫେକ୍ଟ। ଚଣ୍ଡୀଖୋଲ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ୧୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଛନ୍ତି ଯାଜପୁର ଏସପି ବିନୀତ ଅଗ୍ରଓ୍ବାଲ।

ସୋସିଆଲ୍ ମିଡିଆରେ ଚଣ୍ଡୀଖୋଲର ଡ୍ରାଇଭର ସଂଘ ନେତା ପ୍ରମୋଦ କୁମାରଙ୍କ ଅଡିଓ ଭାଇରାଲ୍ ହୋଇଛି। ଏଥିରେ ଠେଙ୍ଗା ଧରି ଆନ୍ଦୋଳନରେ ସାମିଲ ହେବାକୁ ସେ ଡାକରା ଦେଉଛନ୍ତି। ମରିବା ନହେଲେ ମାରିବା, ଦଙ୍ଗା ସୃଷ୍ଟି କରିବା। ଏଭଳି କହି ଅପରାଧ ଭିଆଇବାକୁ ଉସୁକାଉଛନ୍ତି ଡ୍ରାଇଭର ମହାସଂଘର ନେତା। ଏହାପରେ ଆଜି ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହେବା ଚିନ୍ତା ବଢାଇଛି।

ଗତକାଲି ଆଲୋଚନା ପରେ ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବି ପୂରଣ ପାଇଁ ୩ମାସ ସମୟ ଦେଇଛନ୍ତି। ଆଜି ଏନେଇ ବିଧାନସଭାରେ ବିବୃତ୍ତି ବି ରଖିଛନ୍ତି ପରିବହନ ମନ୍ତ୍ରୀ। ହେଲେ ଏସବୁ ପରେ ବି ଡ୍ରାଇଭର ସଂଘ ନେତାଙ୍କର ଇଏ କିଭଳି ମାନସିକତା? ଆନ୍ଦୋଳନ ଆଳରେ ଅରାଜକତା ପାଇଁ କାହିଁକି ମସୁଧା? ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ସମସ୍ତଙ୍କର ରହିଛି, ହେଲେ ବିକ୍ଷୋଭ ନାଁରେ ଦଙ୍ଗା ଭିଆଇବାକୁ କାହିଁକି ଉଦ୍ୟମ ହେଉଛି? ନିଜ ଦାବି ପୂରଣ ପାଇଁ ଅନ୍ୟ ସାଧାରଣ ଜନତାଙ୍କୁ ଆଘାତ ଦେବା କିମ୍ବା ଆଇନ ଶୃଙ୍ଖଳା ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅଡିଓ ଆଇନ ଶୃଙ୍ଖଳା ପ୍ରତି ବଡ଼ ବିପଦ ସୃଷ୍ଟି କରିବନି ତ?

କାଲି ଛତ୍ରପୁରରେ ପୁଲିସ ଉପରକୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଡ୍ରାଇଭର ସଂଘ। ଏବେ ପୁଣି ଦଙ୍ଗା ସୃଷ୍ଟି କରିବାକୁ ପ୍ଲାନ୍। ଡ୍ରାଇଭର ସଂଘର ଏଭଳି ଦାଦାଗିରିକୁ ସବୁଠି ନିନ୍ଦା କରାଯାଉଛି ।

Leave A Reply

Your email address will not be published.