ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିବ୍ବତର ତୃତୀୟ ଧର୍ମଗୁରୁ ହେବେ ମଙ୍ଗୋଲିଆର ୮ ବର୍ଷର ଶିଶୁ

ଧର୍ମଶାଳା: ତିବ୍ବତୀୟ ଧର୍ମଗୁରୁ (୮୭) ଦଲାଇଲାମା ଚୀନ୍‌କୁ ବଡ଼ ଝଟ୍‌କା ଦେଇଛନ୍ତି। ସେ ଆମେରିକାରେ ଜନ୍ମ ହୋଇଥିବା ୮ ବର୍ଷୀୟ ମଙ୍ଗୋଲୀୟ ଶିଶୁକୁ ତିବ୍ବତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ ବନାଇଛନ୍ତି। ଏହି ଶିଶୁ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣେ। ଏହି ଶିଶୁ ଦଶମ ଖଲଖା ଜେଟସନ ଧମ୍ପା ରିନପୋଛେଙ୍କ ପୁର୍ନଜନ୍ମ ବୋଲି ଦଲାଇଲାମା କହିଛନ୍ତି। ଗତ ୮ ତାରିଖରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ନୂଆ ଧର୍ମଗୁରୁ ମିଳିବା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହାର ସୂଚନା ରବିବାର ସାମ୍‌ନାକୁ ଆସିଛି। ଏହି ସମାରୋହରେ ୬୦୦ ମଙ୍ଗୋଲୀୟ ସାମିଲ ହୋଇଥିଲେ। ଦଲାଇଲାମା କହିଛନ୍ତି ଯେ ଚକ୍ରସୱଁରର କୃଷ୍ଣାଚାର୍ଯ୍ୟ ବଂଶ ସହିତ ଆମ ପୂର୍ବପୁରୁଷଙ୍କ ଗଭୀର ସମ୍ପର୍କ ରହିଥିଲା। ଏମାନଙ୍କ ମଧ୍ୟରୁ ଜଣେ ମଙ୍ଗୋଲିଆରେ ମଠ ପ୍ରତିଷ୍ଠା କରିଥିଲେ। ଏଭଳି ସ୍ଥିତିରେ ମଙ୍ଗୋଲିଆରୁ ତୃତୀୟ ଧର୍ମଗୁରୁ ମିଳିବା ଅତ୍ୟନ୍ତ ଶୁଭ। ମଙ୍ଗୋଲିଆରେ ଜଣେ ଗଣିତ ଅଧ୍ୟାପକଙ୍କ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣେ ତୃତୀୟ ଧର୍ମଗୁରୁ ହୋଇଥିବା ନେଇ ଜଣାପଡିବା ପରେ ଦେଶରେ ଉତ୍ସବ ପାଳନ କରାଯାଉଛି।

Leave A Reply

Your email address will not be published.