ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିନ୍ତା ବଢାଇଲାଣି ଇକମୋ ଚିକିତ୍ସା: ପୁଣି ଆଉ ଜଣଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା ସହାୟତା, ସରକାରଙ୍କ ସାହାଯ୍ୟ ଲୋଡିଲେ ଭାଇ ଓ ପତ୍ନୀ

ନୟାଗଡ: ନୟାଗଡର ଅମୂଲ୍ୟ (ମୁନା) କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅମୂଲ୍ୟ (୩୩) ଅଭାବୀ ଲୋକମାନଙ୍କ ପାଇଁ ସବୁ ସମୟରେ ରକ୍ତଦାନ କରିବା ସହ ସମାଜ ସେବା କାର୍ଯ୍ୟକୁ ଆପଣାଇ ନେଇଥିଲେ। ଲୋକମାନଙ୍କୁ ରକ୍ତ ଦାନ କରି ନୂଆ ଜୀବନ ଦେଉଥିବା ଅମୂଲ୍ୟ ଆଜି ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ସେ ୨୦୧୬ରେ ବିବାହ କରିଥିଲେ। ତାଙ୍କର ଏକ ୩ବର୍ଷର ଶିଶୁକନ୍ୟା ଅଛି।  ସେ ଗତ ଜୁନ ୩୧ତାରିଖରୁ ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ବେଡ ନମ୍ବର: ୧୭୨ (ICU 3) ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ତାଙ୍କୁ ଏକ ECMO ଶଯ୍ୟା ଦରକାର ଯାହା କୋଲକାତା / ହାଇଦ୍ରାବାଦରେ ଉପଲବ୍ଧ । ଯାହା ପାଇଁ ତୁରନ୍ତ ୧କୋଟିରୁ- ଡେଢ କୋଟି ଟଙ୍କାର ଆବଶ୍ୟକ ବୋଲି ତାଙ୍କ ପତ୍ନୀ ମଧୁସ୍ମିତା ଲେଙ୍କା ଗଣମାଧ୍ୟମ ଆଗରେ ଜଣାଇଛନ୍ତି। ଅମୂଲ୍ୟଙ୍କ ଭାଇ ଜଗନ୍ନାଥ ନାୟକ ଆଜି ଓଡ଼ିଶାର ସବୁ ଭାଇ ଓ ଭଉଣୀ ଏବଂ ସରକାରଙ୍କୁ ମଧ୍ୟ ଆର୍ଥିକ ସହାୟତା ପାଇଁ  ନିବେଦନ କରିଛନ୍ତି।

ନୟାଗଡ ସହରର ବାରମାସି ଦଣ୍ଡାରେ ରୁହନ୍ତି ଅମୂଲ୍ୟ ପରିଡା ।  ଅମୂଲ୍ୟ କମ୍ପ୍ୟୁଟର ମରାମତି କାର୍ଯ୍ୟ କରି ପରିବାର ଚଳାନ୍ତି। ବାପା ଅବସରପ୍ରାପ୍ତ ପୁଲିସ କର୍ମଚାରୀ । ଘରେ ସ୍ତ୍ରୀ ଏବଂ ୩ବର୍ଷର ଝିଅ । ଗତ କିଛି ଦିନ ତଳେ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କୁ କରୋନା ହୋଇଥିଲା । ମାଆ , ଭାଇ , ସ୍ତ୍ରୀ ଭଲ ହୋଇ ଘରକୁ ଫେରିଥିଲେ ମଧ୍ୟ ୧୫ ଦିନ ହେଲା ଅମୂଲ୍ୟ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ଭିତରେ ତାଙ୍କର ଦୁଇ ଦୁଇଟି ଅପରେସନ୍‌ ସରିସାରିଛି । ପାଖାପାଖି ୪ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି । ଜୀବନ ରକ୍ଷା ପାଇଁ ଇକ୍‌ମୋ ଚିକିତ୍ସା ଆବଶ୍ୟକ ବୋଲି ଏବେ ଡାକ୍ତର କହିବା ପରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।

ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ? ଯାହା କିଛି ଘରବାଡି ଅଛି ବିକ୍ରି କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ତାହା କିଛି ନୁହେଁ ବୋଲି ପରିବାର ଲୋକ କହିଛନ୍ତି । ତେଣୁ ସରକାର ଏବଂ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ପରିବାର ସଦସ୍ୟ । ସ୍ଵାମୀଙ୍କୁ କୋଲକାତା କିମ୍ବା ହାଇଦ୍ରାବାଦ୍‌ ନେଇ ଚିକିତ୍ସା କରିବା ତାଙ୍କ ପକ୍ଷରେ ଅସମ୍ଭବ ତେଣୁ କିଛିଟା ସାହାଯ୍ୟ ପାଇଲେ ତାଙ୍କ ସ୍ଵାମୀ ବଞ୍ଚିଯିବେ ବୋଲି ସେ ଆଶା ରଖିଛନ୍ତି । ଅମୂଲ୍ୟଙ୍କ ସାଙ୍ଗସାଥୀ ନିଜ ସମର୍ଥ ଅନୁସାରେ ସାହାଯ୍ୟ କରୁଥିବାବେଳେ ସମସ୍ତଙ୍କ ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ଅମୂଲ୍ୟଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ପାଇଁ ଚାହଁଥିବା ବ୍ୟକ୍ତି ଏହି ଆକାଉଣ୍ଟରେ ସାହାଯ୍ୟ କରିପାରିବେ ।

ପତ୍ନୀ: ମଧୁସମିତା ଲେଙ୍କା

ଖାତା ସଂଖ୍ୟା – 3368101008045
CANARA BANK
IFSC CODE- CNRB0003368
Gpay / PHONEpe number – 9583111610
ଅନୁସନ୍ଧାନ ପାଇଁ: 9040608020/8249992996

Leave A Reply

Your email address will not be published.