ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବିଗିଡିଲା ଅମିତାଭଙ୍କ ସ୍ବାସ୍ଥ୍ଯାବସ୍ଥା, ହେବ ଅସ୍ତ୍ରୋପଚାର

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସି ପହଞ୍ଚିଛି। ପୁଣି ଥରେ ବିଗ- ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି । ୭୮ ବର୍ଷୀୟ ଅଭିନେତା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କର ଏକ ଅସ୍ତ୍ରୋପଚାର ହେବ ବୋଲି ଜଣା ପଡ଼ିଛି। ଏ ନେଇ ନିଜେ ବିଗ- ବି’ ସୋସିଆଲ ମିଡିଆରେ ତାଙ୍କ ବ୍ଲଗ ମାଧ୍ୟମରେ ସୂଚନା ଦେଇଛନ୍ତି । ବିଗ୍- ବି’ ନିଜର ଛୋଟ ଛୋଟ କଥା ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ସେୟାର କରିଥାନ୍ତି। ତେବେ କେବେ ହେବ କ’ଣ ପାଇଁ ଏହି ଅସ୍ତ୍ରୋପଚାର କରାଯାଉଛି ଏପର୍ଯ୍ଯନ୍ତ ଜଣା ପଡିନାହିଁ। ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି।

ଏହାପୂର୍ବରୁ ଅମିତାଭ ବଚ୍ଚନ ଏକ ଟ୍ବିଟରେ ଲେଖିଛନ୍ତି ଯେ-  “କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି, ଯାହା କାଟିଲେ ହିଁ ଠିକ ହେବ”

ସୂଚନା ଅନୁଯାୟୀ, ଅମିତାଭ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଦେଶବାସୀ ତାଙ୍କ ସୁସ୍ଥ କାମନା କରିଥିଲେ। କିଛି ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Leave A Reply

Your email address will not be published.