ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଏଏକୁ କେହି ଅଟକାଇ ପାରିବେନି, କରୋନା ଶେଷ ହେବା ପରେ ନିଶ୍ଚୟ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ : ଅମିତ ଶାହା

କୋଲକାତା : ଦେଶରେ କରୋନା ମହାମାରୀ ଶେଷ ହେବା ପରେ ଲାଗୁ ହେବ ନାଗରିକ ସଂଶୋଧନ ଆଇନ(ସିଏଏ) । ଗୁରୁବାର ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶଶାହା ଏହି ବଡ ବୟାନ ଦେଇଛନ୍ତି । ଯେଉଁଥିରେ ସେ ସିଏଏ ଲାଗୁ କରିବା ସହିତ ପଶ୍ଚିମବଙ୍ଗର ମମତା ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି । ଦିଦିଙ୍କ ଗଡରେ ସିଏଏକୁ ନେଇ ବଡ ବୟାନ ଦେବା ସହ ସିଏଏ କାର୍ଯ୍ୟକାରୀ ନହେବା ନେଇ ଟିଏମସି ଯେଉଁ ଗୁଜବ ସୃଷ୍ଟି କରୁଛି ତହାକୁ ନେଇ ମଧ୍ୟ ବର୍ଷିଛନ୍ତି ଶାହା। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ‘ମୁଁ କହି ରଖୁଛି କରୋନା ଯିବା ପରେ ଦେଶରେ ନିଶ୍ଚିତ ସିଏଏ ଲାଗୁ ହେବ। ସିଏଏ ହେଉଛି ବାସ୍ତବତା। ଏହାର ପରିବର୍ତ୍ତନ କରାଯାଇ ନାହିଁ। ସିଏଏକୁ କେହି ଅଟକାଇପାରିବେନି’।

ପଶ୍ଚିମବଙ୍ଗର ସିଲିଗୁଡି ଜିଲ୍ଲାରେ ଶାହ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଗୁଜବ ପ୍ରଚାର କରୁଛି ଯେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇପାରିବନାହିଁ। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ କୋଭିଡ ମହାମାରୀ ସମାପ୍ତ ହେଲେ ଆମେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବୁ। ମମତା ଦିଦି ଅନୁପ୍ରବେଶ ଚାହୁଁଛନ୍ତି, କିନ୍ତୁ ନାଗରିକତା ସଂଶୋଧନ ଆଇନ ହେଉଛି ଏକ ବାସ୍ତବତା, ଯାହା କାର୍ଯ୍ୟକାରୀ ହେବ।

ଶାହା ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଆଜି ଉତ୍ତର ବଙ୍ଗଳାକୁ ଆସିଛି, ମୁଁ କହିବାକୁ ଚାହୁଁଛି ଯେ, ଖୁବ୍ ଜଲଦି କୋଭିଡ୍ ମହାମାରୀ ଅନ୍ତ ହେବ , ଆଉ ସଂଶୋଧିତ ନାଗରିକତା ଆଇନ୍ ଲାଗୁ ହେବ । ରାଲିରେ ବଙ୍ଗଳାବାସୀଙ୍କ ସମ୍ଭୋଧିତ କରିବା ସମୟରେ ଶାହା କହିଛନ୍ତି ମମତା ଦିଦିଙ୍କୁ ବଙ୍ଗଳାବାସୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କଲେ, ଆମେ ଭାବିଥିଲୁ ଦିଦି ଭଲ ହୋଇଯିବେ। କିନ୍ତୁ କିଛି ପରିବର୍ତ୍ତନ ହେଲା ନାହିଁ। ଦିଦିଙ୍କ ଶାସନରେ ବିଜେପି କର୍ମୀଙ୍କ ହତ୍ୟା ବନ୍ଦ ହୋଇପାରିଲା ନାହିଁ । ବିଜେପି ଏହାର ପ୍ରତିଶୋଧ ନେବ ନାହିଁ ବୋଲି ମମତା ଦିଦି ଭାବିବା ଉଚିତ୍ ନୁହେଁ।

ସେପଟେ ସିଏଏ ଲାଗୁ ହେବାନେଇ ଶାହାଙ୍କୁ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି,ସିଏଏ ଲାଗୁ କରିବା ତାଙ୍କର ଯଦି ଏକ ଯୋଜନା, ତେବେ ସଂସଦରେ କାହିଁକି ବିଲ୍ ଆଣୁନାହାଁନ୍ତି । ୨୦୨୪ରେ ସେ ସରକାର କରୁନାହାଁନ୍ତି । ତେଣୁ ମୁଁ ଚାହୁଁଛି କାହାକୁ ବି ସିଏଏ ଦ୍ୱାରା କୌଣସି ଅସୁବିଧା ହେଉ । ସେ ଯେତେବେଳେ ବି ଆସନ୍ତି ଏମିତି ଫାଲତୁ କଥା କୁହନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.