ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିକଅପ୍‌ ଭ୍ୟାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ, ୨ ଗୁରୁତର

ଭଦ୍ରକ: ଏକ ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଦୁଇ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା । ଏହି ସମୟରେ ବାଲେଶ୍ୱର ପଟରୁ ଆସୁଥିବା ଆମ୍ବୁଲାନ୍ସଟି ପିକଅପ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ ଭ୍ୟାନ୍‌ଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.