bitcoin
Bitcoin (BTC) 2,274,748.63 1.05%
ethereum
Ethereum (ETH) 141,206.80 6.84%
tether
Tether (USDT) 77.51 0.07%
usd-coin
USD Coin (USDC) 77.59 0.18%
bnb
BNB (BNB) 23,916.33 5.60%
xrp
XRP (XRP) 30.40 3.27%
binance-usd
Binance USD (BUSD) 77.59 0.11%
cardano
Cardano (ADA) 37.24 6.67%
solana
Solana (SOL) 3,417.39 8.83%
dogecoin
Dogecoin (DOGE) 6.08 5.57%

ଟ୍ରକ ଟାୟାର ଫାଟିଯିବାରୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ: ୩ମୃତ, ୨ ଗୁରୁତର

ଚଣ୍ଡିଖୋଲ: ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଟାୟାର ଫାଟିଯିବାରୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ । ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟ୍ରକ ପଛରେ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସରେ ରୋଗୀଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ରୋଗୀଙ୍କ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବଡ଼ଚଣା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a comment