ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇରେ ବ୍ଲୁ ଅରିଜିନ୍ ବିମାନରେ ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ

ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ।

ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । ତେଣୁ ତାଙ୍କର ଏହି ମହାକାଶ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ସେ ମହାକାଶକୁ ଯିବାକୁ ସ୍ୱପ୍ନ ଦେଖିଥିଲେ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ତାଙ୍କ ଭାଇଙ୍କ ସହିତ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.