ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପଦବେଳର ବନ୍ଧୁ ଅମନ୍: ବାଇକ ଆମ୍ବୁଲାନ୍ସରେ ଅସହାୟ ଲୋକଙ୍କୁ ଯୋଗାଉଛନ୍ତି ସେବା

କୁହାଯାଏ ଦୁଃଖ ସମୟରେ ଯିଏ ସାହାଯ୍ୟ କରେ ସେ ହିଁ ପ୍ରକୃତ ହିତାକାଂକ୍ଷୀ । ଏଭଳି ଜଣେ ବିପଦ ବେଳର ବନ୍ଧୁ ହେଉଛନ୍ତି, ଉତ୍ତର ପ୍ରଦେଶ ବାରଣାସୀର ଅମନ୍ ଯାଦବ । ଯିଏକି ବର୍ଷବର୍ଷ ଧରି ନିଃସ୍ବାର୍ଥ ଭାବେ ଲୋକମାନଙ୍କର ସେବା କରିଆସୁଛନ୍ତି । ସେ ଏପର୍ଯ୍ୟନ୍ତ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଛନ୍ତି । ଏହା ସହିତ ସେ ନିଖୋଜ ଲୋକଙ୍କୁ ମଧ୍ୟ ଖୋଜିଆଣି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି । ନିଜର ବାଇକ୍ ଆମ୍ବୁଲାନ୍ସ ଦ୍ବାରା ହଜାର ହଜାର ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସଫଳ ହୋଇଛନ୍ତି । ଅମନ କୁହନ୍ତି, ‘ଥରେ ମୁଁ କିଛି କାମ ପାଇଁ ସରକାରୀ ଡାକ୍ତରଖାନା ଯାଇଥିଲି, ସେଠାର ଲୋକଙ୍କର ଅବସ୍ଥା ଦେଖି ଦୁଃଖ ଲାଗିଲା । ପଶୁଙ୍କଠାରୁ ମଧ୍ୟ ମଣିଷଙ୍କ ଅବସ୍ଥା ଶୋଚନୀୟ ଥିଲା। କେହି କାହାକୁ ପଚାରୁନଥିଲେ। ଡାକ୍ତରଖାନା ବାହାରେ ଜଣେ ମହିଳା ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କର ଯତ୍ନ ନେବାକୁ କେହି ନଥିଲେ । ଯେତେବେଳେ ମୁଁ ତାଙ୍କ ପୁଅର ନମ୍ବର ଜାଣିବାକୁ ପାଇଲି, ମୁଁ ତାଙ୍କ ସହ ଯୋଗାଯୋଗ କଲି | ତାଙ୍କର ପାଞ୍ଚ ପୁଅ, କିନ୍ତୁ ସେମାନେ ମାଙ୍କୁ ଚିହ୍ନିବାକୁ ମନା କରିଦେଲେ । ମୁଁ ବୃଦ୍ଧ ମା’ଙ୍କ ଚିକିତ୍ସା କଲି, କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲି ନାହିଁ । ଶବ ବ୍ୟବଚ୍ଛେଦ ପରେ ତାଙ୍କ ଫୁଅମାନେ ଆସି ହାତରୁ ସୁନା ମୁଦି ଏବଂ ଚେନ୍ ନେଇଗଲେ। ସେହି ମୁହୂର୍ତ୍ତରେ ମୁଁ ବସ୍ତୁବାଦୀ ସମାଜର ସବୁଠାରୁ ଭୟଙ୍କର ରୂପ ଦେଖିଲି । ମୁଁ ଭାବିଲି, ଦୁନିଆ ଏତେ ସ୍ବାର୍ଥପର ହୋଇପାରେ କି? ସେହି ମୁହୂର୍ତ୍ତରେ ମୁଁ ସ୍ଥିର କଲି ଯେ, ବର୍ତ୍ତମାନ ମୁଁ ପ୍ରତ୍ୟେକ ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରିବି । ଯେଉଁମାନଙ୍କୁ କେହି ସାହାଯ୍ୟ କରିବେ ନାହିଁ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି ।

୨୦୧୩ ମସିହା ବେଳକୁ ଅମନ୍ ଚାଲି ଚାଲି ଲୋକଙ୍କ ସାହାଯ୍ୟ କରୁଥିଲେ। ୨୦୧୫ ମସିହାରେ ଜଣେ ବ୍ୟବସାୟୀ ରାଜୀବ ବର୍ମା ଅମନ୍‌ଙ୍କୁ ସେକେଣ୍ଡ ହ୍ୟାଣ୍ଡ ବାଇକ୍ ଦେଲେ। ଏହାକୁ ସେ ଏକ ମିନି ଆମ୍ବୁଲାନ୍ସରେ ପରିଣତ କରିଥିଲେ । ଏହା ଏପରି ଏକ ବାଇକ୍ ଯେଉଁଥରେ ପ୍ରାଥମିକ ଚିକିତ୍ସା ପାଇଁ ସମସ୍ତ ଔଷଧ ଥାଏ। ଏହି ବାଇକ୍ ଆମ୍ବୁଲାନ୍ସ ମାଧ୍ୟମରେ ଅମନ ରୋଗୀଙ୍କୁ ଡାକ୍ତରଖାନାକୁ ଠିକ୍ ସମୟରେ ନେଇଯାଇ ସେମାନଙ୍କର ଜୀବନ ରକ୍ଷା କରିଥାନ୍ତି । ଦିନ ହେଉ କି ରାତି ସବୁବେଳେ ଅମନ୍ ଲୋକଙ୍କ ସେବାପାଇଁ ସଜାଗ ଥାଆନ୍ତି । କରୋନା ମହାମାରୀ ସମୟରେ ଅମନ୍ ନିଜ ବାଇକ୍ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ବାରଣାସୀରେ ଲୋକମାନେ ଅମନ୍ ଯାଦବଙ୍କୁ ‘କବୀର’ ଭାବରେ ଜାଣନ୍ତି। ଅମନ୍ କହିଛନ୍ତି ସମସ୍ତେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ ।

Leave A Reply

Your email address will not be published.