ପାରିଶ୍ରମିକ ବଢ଼ାଇଲେ ଅଲ୍ଲୁ

‘ପୁଷ୍ପା’ର ସଫଳତା ପରେ ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଦକ୍ଷିଣରେ ଆଉ ସୀମିତ ନାହିଁ ତାଙ୍କ ଲୋକପ୍ରିୟତା, ସେ ଏବେ ପ୍ୟାନ୍ ଇଣ୍ଡିଆ ଷ୍ଟାର୍। ବକ୍ସ ଅଫିସ୍ରେ ‘ପୁଷ୍ପା’ର କଲେକ୍ସନକୁ ଦେଖି ସେ ତାଙ୍କର ପାରିଶ୍ରମିକ ମଧ୍ୟ ବଢ଼ାଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନୂଆ ହିନ୍ଦୀ ଫିଲ୍ମରେ ଅଲ୍ଲୁ ନଜର ଆସିବେ। ଟି-ସିରିଜ୍ ପ୍ରଡକ୍ସନର ଏହି ଫିଲ୍ମରେ ପାରିଶ୍ରମିକ ବାବଦକୁ ସେ ୧୨୫ କୋଟି ଟଙ୍କା ନେବେ। ଅବଶ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏ ଲାଗି ୧୫୦ କୋଟି ଟଙ୍କା ଦାବି କରିଥିଲେ। ଶେଷରେ ଏହା ୧୨୫ କୋଟି ଟଙ୍କାରେ ସ୍ଥିର ହୋଇଛି। ତାଙ୍କର ଏଭଳି ପାରିଶ୍ରମିକ ଯୋଗୁଁ ସେ ଅଭିନେତା ଅକ୍ଷୟ କୁମାର ଓ ପ୍ରଭାସଙ୍କ ପରେ ତୃତୀୟ ଦାମୀ ଭାରତୀୟ ଅଭିନେତାର ପରିଚୟ ହାସଲ କରିଛନ୍ତି। ଏପରିକି ସେ ପାରିଶ୍ରମିକ ମାମଲାରେ ଶାହରୁଖ ଖାନ୍ଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେେବ ପୂର୍ବରୁ ଅଲ୍ଲୁ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଉଥିଲେ। ଏହା ପରେ ସେ କିଛି ସିନେମା ଲାଗି ୧୧୮ କୋଟି ଟଙ୍କା ନେଲେ। ମାତ୍ର ‘ପୁଷ୍ପା’ ଫିଲ୍ମର ସଫଳତା ପରେ ସେ ନିଜର ପାରିଶ୍ରମିକ ବଢ଼ାଇବା ନିଷ୍ପତ୍ତି ନେଇଛନ୍ତି। ଅଲ୍ଲୁଙ୍କ ପ୍ରଶଂକମାନେ ଏବେ ତାଙ୍କ ଫିଲ୍ମ ‘ପୁଷ୍ପା-୨’କୁ ଅପେକ୍ଷା କରିଛନ୍ତି।