ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରାବଣରେ ପୂଜା ପାଇଁ ଦାବି, ସୁପ୍ରିମକୋର୍ଟରେ ପୁଣିଥରେ ପହଞ୍ଚିଲା ଜ୍ଞାନବାପୀ ମାମଲା

ନୂଆଦିଲ୍ଳୀ : ଜ୍ଞାନବାପୀ ମାମଲାର ଶୁଣାଣି ବର୍ତ୍ତମାନ ଜିଲ୍ଲା କୋର୍ଟରେ ଚାଲିଛି। ବାରଣାସୀର ଜିଲ୍ଲା ଅଦାଲତରେ ଏବେ ଏହି ମାମଲାର ଲଗାତର ଶୁଣାଣି କରାଯାଉଛି। ଲଗାତାର ୩ ଦିନ ହେଲା ହିନ୍ଦୁ ପକ୍ଷ ଏହି ମାମଲାରେ ଅଦାଲତରେ ନିଜ ପକ୍ଷ ରଖୁଛନ୍ତି। ଏହାରି ମଧ୍ୟରେ ଆଜି ଜ୍ଞାନବାପୀ ମସଜିଦ୍‌ରେ ଧାର୍ମିକ ରୀତିନୀତି ଦାବିରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ଶ୍ରାବଣ ମାସରେ ସେଠାରେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଉ ।

ସୁପ୍ରିମକୋର୍ଟରେ ଶ୍ରୀ କୃଷ୍ଣ ଜଜନ୍ମଭୂମି ମୁକ୍ତି ସ୍ଥଳ ଅଧ୍ୟକ୍ଷ ରାଜେଶ ମଣି ତ୍ରିପାଠୀ ନାମକ ଏହି ଆବେଦନକାରୀ ଏହି ପିଟିସନ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି, ତେଣୁ ହିନ୍ଦୁମାନଙ୍କୁ ‘ଶିବଲିଙ୍ଗ’ ପୂଜା କରିବାର ଅଧିକାର ଦିଆଯିବା ଉଚିତ୍ । ଏହି ଆବେଦନରେ ସେ କହିଛନ୍ତି, ସମ୍ବିଧାନର ଧାରା ୨୫ ରେ ଦିଆଯାଇଥିବା ଅଧିକାର ଅନୁଯାୟୀ ହିନ୍ଦୁମାନଙ୍କର ପୂଜାପାଠ କରିବା ଓ ଧାର୍ମିକ ରୀତିନୀତି କରିବାର ଅଧିକାର ରହିଛି । ଭଗବାନ ଶଙ୍କରଙ୍କୁ ଶ୍ରାବଣ ମାସରେ ପୂଜା କରାଯାଏ । ତେଣୁ ସମ୍ବିଧାନରେ ଲିପିବଦ୍ଧ ହୋଇଥିବା ଅଧିକାର ଅନୁଯାୟୀ ଆମକୁ ଶିବଲିଙ୍ଗଙ୍କୁ ପୂଜା କରିବାକୁ ଅନୁମତି ଦିଆଯିବା ଉଚିତ୍ ।

ସୂଚନାଯୋଗ୍ୟ ଯେ ପ୍ରଥମେ ଯେତେବେଳେ ଜ୍ଞାନବାପୀ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ସେତେବେଳେ କୋର୍ଟ ଏହାକୁ ଜିଲ୍ଲା ଜଜଙ୍କ ନିକଟକୁ ପଠାଇ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁଯାୟୀ ଯେଉଁଠାରେ କଥିତ ଶିବଲିଙ୍ଗ ଥିବା ଜାଗାରେ ସୁରକ୍ଷା ଜାରି ରହିବ । କୋର୍ଟ କହିଛନ୍ତି ଯେ ସିଭିଲ କୋର୍ଟ ବଦଳରେ ଏହି ମାମଲା ଜିଲ୍ଲା ଜଜଙ୍କ ଦ୍ୱାରା ଶୁଣାଣି ହେବା ଉଚିତ । ସୁପ୍ରିମକୋର୍ଟ ନିମ୍ନ ଅଦାଲତକୁ ୮ ସପ୍ତାହ ସମୟ ଦେଇଥିଲେ । ୮୪ କାର୍ଯ୍ୟଦିବସ ମଧ୍ୟରେ ଶୁଣାଣି ଶେଷ ହେବା ପରେ ଜିଲ୍ଲା କୋର୍ଟ ଏହି ରାୟ ଶୁଣାଇ ସୁପ୍ରିମକୋର୍ଟରେ ଜଣାଇବାକୁ ପଡିବ । ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଦୈନିକ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.