ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଠ ନ ପଢିବାରୁ ବଡ ଭାଇର ମାଡ଼ରେ ସାନ ଭାଇର ମୃତ୍ଯୁ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ମାଡ଼ରେ ସାନଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ସାନଭାଇ ହେଲେ ରାଜମୋହନ ସେନାପତି। ଅଭିଯୁକ୍ତ ଡ଼ଭାଇ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ନୂଆସାହି ଅଞ୍ଚଳର ବିଶ୍ବମୋହନ ଓ ରାଜମୋହନ ହେଉଛନ୍ତି ଦୁଇ ଭାଇ। ବିଶ୍ବମୋହନ ହେଉଛନ୍ତି ବଡ଼। ସେ ଏମ୍‌ବିଏ ପଢ଼ିଛନ୍ତି। କିନ୍ତୁ ସାନଭାଇ ଏମ୍‌ବିଏ ପାଠ ପଢ଼ିସାରିଲା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ। କିନ୍ତୁ ଅନେକ ଥର ପରୀକ୍ଷା ଦେଲା ପରେ ମଧ୍ୟ ତାଙ୍କୁ ସଫଳତା ମିଳିପାରୁ ନ ଥିଲା। ହେଲେ ଭଲ କରି ପରିଶ୍ରମ କରୁ ନ ଥି ବାରୁ ସାନ ଭାଇ ରାଜମୋହନଙ୍କୁ ତାଗିଦ କରିଥିଲେ ବଡ଼ଭାଇ ବିଶ୍ୱମୋହନ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ରାଜମୋହନଙ୍କୁ ପାଠ ପଢ଼ିବାକୁ ତାଗିଦ କରି ବିଶ୍ବମୋହନ ମାଡ଼ ମାରିଥିଲେ। ଫଳରେ ରାଜମୋହନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।।

ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ୩୦୨ ଦଫାରେ ଉଚ୍ଚ ଶିକ୍ଷିତ ଏମ୍‌ବିଏ ପଢ଼ୁଆ ବିଶ୍ବମୋହନ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Leave A Reply

Your email address will not be published.