ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ଗର୍ଭବତୀ ପରେ ଜୀବନରୁ ମାରି ଦେବାର ଧମକ ଅଭିଯୋଗ, ଯୁବକ ଗିରଫ

ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୫ ବର୍ଷୀୟ ନାବାଳିକାଙ୍କର ଅନିଛା ସତ୍ୱେ ଅଭିଯୁକ୍ତ ଦୀର୍ଘ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲା। ଏବେ ଉକ୍ତ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ହେଲା ଅମିତ ମୁଣ୍ଡାରି (୨୩)

ସୂଚନା ଅନୁଯାୟୀ, ଅମିତି ନାବାଳିକାଙ୍କର ଅନିଛା ସତ୍ୱେ ତାଙ୍କ ସହ ୯ ମାସ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା। ବର୍ତ୍ତମାନ ଉକ୍ତ ନାବାଳିକା ଗର୍ଭବତୀ ଥିବାରୁ ସେ ଅମିତକୁ ବିବାହର ପ୍ରସ୍ତାବ ଦେଇଥିଲେ। ହେଲେ ଅମିତ ବିବାହ ପାଇଁ ମନା କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ତେବେ ଏନେଇ ପିଡିତା ଜଣକ ଆଜି ବଡବିଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡବିଲ ଥାନା ଅଧିକାରୀ ଶୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.