ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମିଜମା ବିବାଦରୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା : ଜମିଜମା ବିବାଦ ଆଉ ମହିଳାଙ୍କ ସ୍ୱାମୀଙ୍କ ସହ ମାରପିଟ ରାଗରେ ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ପୂର୍ବରୁ ଜମିଜମାକୁ ନେଇ ସମ୍ପର୍କୀୟଙ୍କ ସହ ମହିଳାଙ୍କ ସ୍ୱାମୀଙ୍କ ମାରପିଟ କଳିଝଗଡା ହୋଇଥିଲା l ଏହି ରାଗରେ ଅଭିଯୁକ୍ତ ମହିଳା ଜଣକ ଏକୁଟିଆ ରାତିରେ ଘରେ ଶୋଇଥିବା ଅବସ୍ଥାରେ ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ l ଅଭିଯୁକ୍ତ ପିନ୍ଧିଥିବା ଟାୱଲକୁ ମହିଳାଙ୍କ ମୁହଁରେ ବନ୍ଦ କରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ l ଏହାପରେ ଅଭିଯୁକ୍ତ ଫେରାର ହେଲାବେଳେ କାହାରିକି କିଛି କହିଲେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ l ଏନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିବା ପରେ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା l ଏନେଇ ପୋଲିସ ଏକ ମାମଲା ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.