ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣ ଙ୍କ ଘରକୁ ଛେଣ୍ଡିପଦାର ଏକ ହୋଟେଲର ଯୁବକ ସୋମବାର ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ନେଇ ଦେଇଥିଲେ। ସେଠାରେ ଖାଇବାକୁ ନେଇଦେଇଥିବା ଯୁବକ ଡାକ୍ତରାଣୀଙ୍କୁ ଏକୁଟିଆ ଥିବା ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଡାକ୍ତରାଣୀ ।

ଅଭିଯୋଗ ମୁତାବକ ଛେଣ୍ଡିପଦା ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଥାନା କେସ ନଂ ୩୦୮ରେ ମାମଲା ରୁଜୁ କରିଛି ।ଡାକ୍ତରାଣୀଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତରୀ ମଇନା ପାଇଁ ପଠାଇ ଥିବାବେଳେ ହୋଟେଲର ଯୁବକଙ୍କୁ ଥାନାରେ ଅଟକ ରଖିଛି। ଘଟଣା ନେଇ ଛେଣ୍ଡିପଦା ଥାନା ଅଧିକାରୀ ଓ. ପି. ଏସ୍ .ସୁଶାନ୍ତ ସିଂହ ଘଟଣାର ଛାନଭିନ ଚାଲିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.