ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ, ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ କଲ୍ କରିବା ପରେ ବୁର୍ଲା ପୋଲିସ ହଷ୍ଟେଲରେ ପହଞ୍ଚି ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରି, ଡାକ୍ତରଖାନା ନେଇଥିଲା । ଏ ନେଇ ବୁର୍ଲା ଥାନାରେ ରାଗିଂର ଶିକାର ହୋଇଥିବା ଛାତ୍ର ଲିଖିତ ଅଭିଯୋଗ କରିବା ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ଭିସୁଟରେ କୁଳପତି ପ୍ରଫେସର ବଂଶିଧର ମାଝୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରିବା ସହ ଏକ ବୈଠକ କରାଯାଉଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି।

Leave A Reply

Your email address will not be published.