ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରସିକିଆ ସମୀର: ବିବାହ ପରେ ସ୍ତ୍ରୀଙ୍କୁ ଦେଉଥିଲା ନିର୍ଯାତନା, ହଡପ କରୁଥିଲେ ଟଙ୍କା ଓ ସୁନା ଗହଣା

ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରୁ ଧରପଡ଼ିଲେ ଆଉ ଜଣେ ରସିକିଆ । ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ। ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଏହି ରସିକିଆ ପ୍ରେମିକ ହେଉଛି ରମ୍ଭା ଅଞ୍ଚଳର ସମୀର ବେଜ୍ । ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ନେଇ ସମୀର ବେଜ୍‌ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା ଏବଂ ତା’ପରେ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲା ।

ସୂଚନା ଅନୁଯାୟୀ, ସମୀର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲା । ସେଠାରେ ମଧ୍ୟ ସେ ଦୁଇଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ରହିଛି । ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସହ ରହୁଥିଲା ସମୀର । ଗତକାଲି ରାତିରେ ସମୀର ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଖବର ପାଇ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲା ଅଭିଯୁକ୍ତ ସମୀର ବେଜ୍ । ପୁଲିସ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ନେଇଛି। ପୂର୍ବରୁ କଟକ ସଦର ଥାନା ଓ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

 

Leave A Reply

Your email address will not be published.