ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପରିସରରେ ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଅଟକ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବାଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଶ୍ରୀମନ୍ଦିରରେ ଥିବା ବାମନ ମନ୍ଦିରରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ନାବାଳିକାଜଣଙ୍କ ଏନେଇ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ବାହାରର ହୋଇଥିବା ବେଳେ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଗତ ଶୁକ୍ରବାର ଅପରାହ୍ନରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ତାହାର ଛାନ୍‌ଭିନ୍‌ କରୁଛି ପୁଲିସ ।

Leave A Reply

Your email address will not be published.