ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜ ଝିଅକୁ ମାରିଥିବା ନେଇ ଅଭିଯୋଗ : ମା ଅଟକ

ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମହାବୀର ବସ୍ତିର ୮ ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଶିଶୁକୁ ତା’ର ମା’ ନନ୍ଦିନୀ ନାୟକ ତଣ୍ଟିଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହ ଶିଶୁର ମା’ କୁ ପୁଲିସ ଅଟକ ରଖ୍ ପଚରାଉଚରା
କରୁଛି । ଏନେଇ ଏକ ମାମଲା ରୁକୁ କରି ତଦନ୍ତ କରାଯାଉଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନନ୍ଦିନୀ ନାୟକ ଏବଂ ତାର ସ୍ବାମୀ ରାଜା ନାୟକ ଦିନ ମଜୁରିଆ ଭାବେ କାମ କରି ମହାବୀର ବସ୍ତିରେ ରହୁଥିଲେ। ତାଙ୍କର ଏକ ୮ ମାସର ଶିଶୁକନ୍ୟା ଥିଲା। କିନ୍ତୁ ସକାଳୁ ଶିଶୁଟି ମରିଯାଇଥିବା । ନନ୍ଦିନୀ ପରିବାର ଲୋକଙ୍କୁ କହିଥିଲେ। ଏହାକୁ ସହଜରେ ପରିବାର ଲୋକେ ବିଶ୍ଵାସ କରି ନ ଥିଲେ। ଏନେଇ ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ନନ୍ଦିନୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ନନ୍ଦିନୀ ପୁଲିସକୁ କହିଥିଲା ଯେ, ସେ କାଲିରାତିରେ ଶୋଇଥିଲା । କିନ୍ତୁ ସକାଳୁ ବାତ ମାରିବାରୁ ତା’ର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.