ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ନିଶା ନିବାରଣ କେନ୍ଦ୍ରର ଦାଦାଗିରି ! ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଜଣେ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ନିଶା ନିବାରଣ ପାଇଁ ପରିବାର ଲୋକେ ସର୍ବେଶ୍ୱର ବେହେରାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଭର୍ତ୍ତି ହେବାର ୪ ଦିନ ହୋଇଛି କି ନାହିଁ ନିଶା କେନ୍ଦ୍ରର କର୍ମଚାରୀଙ୍କ ଦାଦାଗିରି ସାମ୍ନାକୁ ଆସିଛି । ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସର୍ବେଶ୍ୱରଙ୍କୁ ନିିର୍ଦ୍ଧୁମ ପିଟିଛନ୍ତି । ସର୍ବେଶ୍ଵରଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି । ସେ ଗତ ୪ ଦିନ ହେବ ଚେତା ଶୂନ୍ୟ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.