ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ।

ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର ଭଗତଙ୍କ ସହ ପୁଲିସ ଟିମ ପଚରାଉଚୁରା  ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକାଙ୍କୁ ଦୁଇଜଣ ବ୍ୟକ୍ତି ଅପହରଣ କରିଥିଲେ । ଆଜି ସକାଳ ୭ଟାରେ ଫିରିଙ୍ଗିମାଲ ଗାଁଠାରୁ ୩ରୁ ୪କିଲୋମିଟର ଦୂର ଏକ ଜୋର ନିକଟରୁ ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନାବାଳିକାକୁ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି । ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଗାଇସିଲେଟ ପରେ ବରଗଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ନାବାଳିକାଙ୍କ ଅବସ୍ଥା ଗୁରୁତର ଓ ସେ ଚେତାଶୂନ୍ୟ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.