ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରକାରୀ ଅଧିକାରୀଙ୍କୁ ବାଡେଇ ହାତ ଭାଙ୍ଗିଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ବାରିପଦା: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଦଳୀୟ କାର୍ଯ୍ୟାଳୟକୁ ଡାକି କେନ୍ଦ୍ର ମନ୍ତ୍ରୀ ଟୁଡୁ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଜଣେ ଅଧିକାରୀଙ୍କ ହାତ ଭାଙ୍ଗି ଯାଇଥିବା କୁହାଯାଉଛି । ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ ଓ ଆସିଷ୍ଟାଂଟ୍ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ମାଡରେ ଦେବାଶିଷଙ୍କ ହାତ ଭାଙ୍ଗି ଯାଇଛି । ଦୁଇ ଆହତ ଅଧିକାରୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ମନ୍ତ୍ରୀ ଆକ୍ରମଣ କରି ହାତ ଭାଙ୍ଗିଦେଇଥିବା ଅଭିୟୋଗ ହୋଇଛି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.