ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ; ତଦନ୍ତ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ

କଟକ: ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଲେଶ୍ବରର ଭାଗବତ ମହାନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କଲେ ମୃତକଙ୍କ ସଂପର୍କୀୟ । କାଜୁଆଲୀଟିରୁ ବିନା ଅକ୍ସିଜେନରେ ମେଡିସିନ ଓ୍ବାର୍ଡକୁ ରୋଗୀଙ୍କୁ ପଠାଯାଇଥିବା ନେଇ ଅଭିଯୋଗ ହୋଇଛି । ଓ୍ବାର୍ଡରେ ଏକ ଘଣ୍ଟା ଅକ୍ସିଜେନ ନ ମିଳିବାରୁ ରୋଗୀର ମୃତ୍ୟୁ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭାଗବତ ମହାନ୍ତି ଶ୍ୱାସଜନିତ ସମସ୍ୟା ଲାଗି ସୋମବାର ଦିନ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲା । ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ପରିବାର ପକ୍ଷରୁ ଆସିଛି ସଙ୍ଗୀନ ଅଭିଯୋଗ । ପରିବାର ମତରେ, ଅକ୍ସିଜେନ୍‌ ଅଭାବରୁ ଭାଗବତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ହେବ । ଏକ ସ୍ୱତନ୍ତ୍ର କମିଟି ଏହାର ତଦନ୍ତ କରିବ । ତଦନ୍ତରେ ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଉଭୟ କାଜୁଆଲଟି ଓ ମେଡିସିନ୍ ବିଭାଗ ମୁଖ୍ୟଙ୍କୁ ଏ ସଂପର୍କରେ ପଚରାଯାଇଛି । ଏସସିବି ପ୍ରଶାସନିକ ଅଧିକାରୀ ଅବିନାସ ରାଉତ ଏ ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.